www.samajalive.in
Saturday, December 6, 2025
16.1 C
Bhubaneswar

ଦୀପାବଳିରେ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ଏହି ସବୁ ଜିନିଷ; ନଚେତ ରାଗିଯିବେ ମା’ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଏ। ପ୍ରତିବର୍ତ୍ତ କାର୍ତ୍ତିକ ମାସର କୃଷ୍ଣପକ୍ଷର ଅମାବାସ୍ୟା ଦିନ ଦୀପାବଳି ପାଳନ କରାଯାଏ। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ସହ ଗଣେଶ ଓ କୁବେର ଦେବଙ୍କୁ ପୂଜା କରାଯାଇଥାଏ। ବିଶ୍ୱାସ ରହିଛି ଯେ ଦୀପାବଳି ଦିନ ମା’ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ଯେଉଁଘରେ ସ୍ୱଚ୍ଛତା ରହିଥାଏ ସେଠାରେ ମା’ ଲକ୍ଷ୍ମୀ ବାସ କରନ୍ତି। ଫଳରେ ଏଭଳି କିଛି ଜିନିଷ ଅଛି ଯାହାକୁ ଭୁଲରେ ବି ଦୀପାବଳୀ ଦିନ ଘରକୁ ଅ୍ଧଚ୍ଚନ୍ତୁ ନାହିଁ। ଆସନ୍ତା ଜାଣିବା ସେସବୁ ଜିନିଷ ଗୁଡିକ କଣ।
୧ ଦୀପାବଳି ପୂର୍ବରୁ ଅନେକ ଲୋକ ଘର ପାଇଁ ନୂଆ ଜିନିଷ କିଣି ଆଣିଥାନ୍ତି। କିନ୍ତୁ ଦୀପାବଳି ଦିନ ଘରେ ଭାଙ୍ଗି ଯାଇଥିବା ବାସନ, ଆସବାପତ୍ର କିମ୍ବା ସାଜସଜ୍ଜା ସାମଗ୍ରୀ ଥିଲେ ଏହା ନକରାତ୍ମା ଶକ୍ତି ସୃଷ୍ଟି କରିଥାଏ। ଏହାକୁ ଘରେ ଅଯଥାରେ ରଖନ୍ତୁ ନାହିଁ। ଏହା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।
୨ ଦୀପାବଳିରେ କଇଁଚି, ଛୁରୀ, ଲୁହା ଜାତୀୟ କିଛି ଜିନିଷ କିଣି ଆଣନ୍ତୁ ନାହିଁ। କାରଣ ଏସବୁ ସାମଗ୍ରୀ ଆଣିବା ଦ୍ୱାରା ନକରାତ୍ମକତା ଶକ୍ତି ବଢିଥାଏ। ଯାହା ଘରେ ଅଶାନ୍ତି ସୃଷ୍ଟି କରିବା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇପାରେ।
୩ ଦୀପାବଳିରେ ଅନେକ ଲୋକ ଘର ସଜାଇବା ପାଇଁ କଳା ପରଦା କିଣି ଆଣିଥାନ୍ତି। ଏଭଳି କରନ୍ତୁ ନାହିଁ। ଦୀପାବଳିରେ ଘରେ କଳା ରଙ୍ଗର କୌଣସି ସାମଗ୍ରୀ କିଣି ଆଣନ୍ତୁ ନାହିଁ। ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories