ଦୋରଡ ବଜାରରେ ୩ଟି ଦୋକାନରୁ ଚୋରି

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଦୋରଡରେ ତିନୋଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ସହର ତଥା ଆଠଗଡ ଥାନାଠାରୁ ମାତ୍ର ୨ କିମି ଦୂରତା ମଧ୍ୟରେ ପୁଲିସକୁ ଚାଲେଞ୍ଜ ଦେବାଭଳି ସୋମବାର ଦୁର୍ବୃତ୍ତମାନେ ଗୋଟିଏ ରାତିରେ ୩ଟି ଦୋକାନରୁ ଚୋରି କରିଥିବାବେଳେ ପୁଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି ।
ଦୋରଡ ବଜାରରେ ବ୍ୟବସାୟ କରୁଥିବା ମୁରଲୀଧର ବେହେରାଙ୍କ ପୂଜା ସାମଗ୍ରୀ ଦୋକାନରୁ ଦୁବୁର୍ତ୍ତ ମାନେ ନଗଦ ଅର୍ଥ ଲୁଟି ନେଇଛନ୍ତି। ସେହିପରି ବିଭୁ ବେହେରାଙ୍କ ତେଜରାତି ଦୋକାନ ଏବଂ ମୋଟର ପାର୍ଟସ ଦୋକାନରୁ ନଗଦ ଅର୍ଥ ଓ ବହୁ ତେଜରାତି ସାମଗ୍ରୀ ଚୋରି କରିଥିବା ନେଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଆଠଗଡ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହଜାନି, ଡକାୟତି ଘଟଣା ବୃଦ୍ଧି ପାଉଥିଲା ବେଳେ ପୁଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଦୁର୍ବୃତ୍ତଙ୍କୁ ଧରି ପାରୁନଥିବାରୁ ଏଠାରେ ଲୋକମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଉଛି । ପୁଲିସ ରାତ୍ରିକାଳୀନ ପେଟ୍ରୋଲିଂ ଜୋରଦାର କରିବା ସହ ଏହାର ପରିସୀମା ବୃଦ୍ଧି କରିବାକୁ ପାଇଁ ସାଧାରଣରେ ଦାବି ହେଉଛି।

Comments are closed.