www.samajalive.in
Monday, December 15, 2025
16.1 C
Bhubaneswar

ଲୋକଙ୍କ ଚାନ୍ଦାରେ ମରାମତି ହେଲା ବାହାଦୁର ପେଣ୍ଠ-ରାମଚନ୍ଦ୍ରପୁର ରାସ୍ତା ଆଲୁଅ

ଗୋପାଳପୁର: ଗୋପାଳପୁର-ବ୍ରହ୍ମପୁର ପ୍ରାୟ ୧୦ କିମି ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ହାତପାଣ୍ଠିରୁ ପ୍ରାୟ ୧ କୋଟି ୨୦ ଲକ୍ଷ ବିନିଯୋଗରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଗତ ୨୦୨୨ରେ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ନିର୍ମାଣର ୨ ବର୍ଷ ବିତିଯାଇଥିବା ବେଳେ ବିଡିଏ ପାଖରେ ଏହି ଆଲୋକୀକରଣର ରକ୍ଷଣାବେକ୍ଷଣ ନିମନ୍ତେ ପାଣ୍ଠି ଅଭାବ ରହିଥିବାରୁ ପ୍ରଥମେ ବାହାଦୁର ପେଣ୍ଠ – ରାମଚନ୍ଦ୍ରପୁର ପ୍ରାୟ ଦେଢ଼ କିମି ରାସ୍ତା ଅନ୍ଧାର ହୋଇଯାଇଥିଲା। ଏହାର କିଛିଦିନ ପରେ ଡୁରା ଛକରୁ ବାହାଦୂର ପେଣ୍ଠ ଆଉ ଦେଢ଼ କିମି ରାସ୍ତା ଅନ୍ଧାର ହୋଇଗଲା। ଏହା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଡ଼ିଏ ସମ୍ପାଦକଙ୍କୁ ମଧ୍ୟ ଏହା ନେଇ ଅବଗତ କରାଇବା ସହ ମରାମତି କରିବାକୁ ଅନୁରୋଧ କରିଥିଲେ। ରାସ୍ତା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସମେତ ଗୋପାଳପୁରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନଜରରେ ରଖି ଡୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ପକ୍ଷରୁ ଅଞ୍ଚଳର କିଛି ଉତ୍ସାହୀ ଯୁବକଙ୍କୁ ଯୋଗାଡ଼ କରି ଲାଇଟ୍ ଗୁଡ଼ିକର ମରାମତି କରିଥିଲେ। ଯାହାଫଳରେ ବୁଧବାର ସନ୍ଧ୍ୟାରୁ ବନ୍ଦ ରହିଥିବା ଲାଇଟ୍ ଗୁଡ଼ିକ ଜଳିବା ସହ ରାସ୍ତା ଆଲୁଅ ହୋଇ ପାରିଛି। ଅନ୍ୟପଟେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଲାଇଟ୍ ଖଞ୍ଜା ଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ନିମନ୍ତେ କୈାଣସି ବ୍ୟବସ୍ଥା ନକରିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories