www.samajalive.in
Wednesday, December 10, 2025
16.1 C
Bhubaneswar

ବୀଣାପାଣି ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ମଞ୍ଚସ୍ଥ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ଶିରିଷପାଳ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଅବସରରେ ବୀଣାପାଣି ନାଟ୍ୟାନୁଷ୍ଠାନ ଶିରୀଶପାଳର କଳାକାର ମାନଙ୍କ ଦ୍ୱାରା ଚଳିତମାସ ୨୧ ଓ ୨୨ ତାରିଖ ଦୁଇଦିନ ଧରି ୨ଟି ନାଟକ ମଞ୍ଚସ୍ଥ ହୋଇଯାଇଛି। ପ୍ରଥମ ଦିବସରେ ନାଟକ ‘ଅସତୀ ତୁଳସୀ ସତୀ ଚଉଁରା’ ଓ ଦ୍ୱିତୀୟ ଦିବସରେ ନାଟକ ‘ଆସିଛି ଏକା ଯିବି ମୁଁ ଏକା’ ମଞ୍ଚସ୍ଥ ହୋଇଥିଲା। ବିଜୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ନାଟକ ଦର୍ଶକ ମାନଙ୍କ ମନକୁ ବେଶ୍‌‌ ଛୁଇଁଥିଲା ମହାଲକ୍ଷ୍ମୀ ପୂଜା କମିଟି ଶିରୀଶପାଳର ପ୍ରଯୋଜନାରେ ଅନୁଷ୍ଠିତ ନାଟକ ଗୁଡିକ ସମାଜସେବୀ ପ୍ରଦୀପ କୁମାର ପ୍ରଧାନ ଓ ଦେବବ୍ରତ ଗିରିଙ୍କ ସହଯୋଗରେ ପରିଚାଳିତ ହୋଇଥିଲା। ଦ୍ୱିିତୀୟ ଦିବସରେ ଓଡ଼ିଆ ଟିଭି ସିରିଏଲ ଜଗତର ବହୁ ଚର୍ଚ୍ଚିତ ଧାରା ବାହିକ ‘ତୋ ଅଗଣାର ତୁଳସୀ ମୁଁ’ର ନାୟିକା ହିରଣ୍ମୟୀ ଦାଶ ଯୋଗଦେଇ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି ନାଟକର ବିଭିନ୍ନ ଭୂମିକାରେ ‘ରଞ୍ଜୁ, ସିପୁ, ଅଖୁ, ବୁଲୁ, ପଞ୍ଚୁ, ଦିଲୁଆ, ବିକାଶ, ପିଣ୍ଟୁ, ଦିପୁ, ରୁନି, ରାନୁ, ଶୋଭା, ମୋନା, ତପି, ଟିଲୁ, ଦେବ, ହରିଆ, ଶମ୍ଭୁ, ଅଜୟ, ରଞ୍ଜିତ, ସୁଶାନ୍ତ, କୈବଲ୍ୟ, ଘନଶ୍ୟାମ, ମୁକ୍ତେଶ୍ୱର, ଶ୍ୟାମ, ବାପୁନ, ଜିତୁ, ପପୁ, ଅଭି, କାଳନ୍ଦୀ, ଅଜି ପ୍ରମୁଖ ସୁନ୍ଦର ଅଭିନୟ ପ୍ରଦର୍ଶନ ସହ ଦର୍ଶକ ମାନଙ୍କ ମନକୁ ଜିଣିପାରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories