www.samajalive.in
Tuesday, December 9, 2025
15.1 C
Bhubaneswar

୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସିର ବାର୍ଷିକ ତାଲିମ

କେନ୍ଦୁଝରଗଡ଼: କେନ୍ଦୁଝର ପୁରୁଣାସହରସ୍ଥିତ ଓଏସ୍‌‌ଏପି ବାଟାଲିୟନ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସି କେନ୍ଦୁଝରର ବାର୍ଷିକ ତାଲିମ୍‌‌ ଶିବିର ଚଳିତମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୬ ତାରିଖରେ ଶେଷ ହେବ। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଶିବିରର ଏକ ବିଶେଷ ସତ୍ରରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥିଙ୍କୁ ସମାଜ ପ୍ରତି ପୁଲିସର କର୍ତ୍ତବ୍ୟ ଓ ନିଷ୍ଠା ସମ୍ବନ୍ଧରେ ଅବଗତ କରିବା ସହିତ ସମୟର ସଦୁପଯୋଗ କରିବା ପାଇଁ କ୍ୟାଡେଟସ୍‌‌ ମାନଙ୍କୁ ଉପଦେଶ ଦେଇଥିଲେ। ଏଥିସହ ଅନ୍‌‌ଲାଇନ୍‌‌ ଗେମ୍‌‌ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ଅତିବାହିତ ନ କରିବାକୁ ପରାମର୍ଶ ଦେଇଥିଲେ। ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସି କେନ୍ଦୁଝରର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲେଫ୍ଟନାଣ୍ଟ ଦୀପକ କୁମାର ଗିରି ସ୍ୱାଗତ ଭାଷଣ ସହ ଅତିôତ ପରିଚୟ ପ୍ରଦାନ କରିଥିଲେ। ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ ମଞ୍ଚାସୀନ ହୋଇ କ୍ୟାଡେଟସ୍‌‌ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବୁଧବାର ଏହି ତାଲିମ ଶିବିରରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଜର ଏନ୍‌‌ସିସି ସମୟର ପୂର୍ବ ଅନୁଭୂତି ବର୍ଣ୍ଣନା କରିବା ସହ ସମାଜ ପ୍ରତି କ୍ୟାଡେଟସ୍‌‌ ମାନଙ୍କ କର୍ତ୍ତବ୍ୟ, ଉତ୍ତମ ନାଗରିକ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ୫୮୦ଜଣ କ୍ୟାଡେଟସ୍‌‌ ପ୍ରଶିକ୍ଷଣ ନେଉଛନ୍ତି। ଶେଷରେ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories