www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ବରରେ ରାଜଧାନୀ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍ ବସ ସେବା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସକୁ ଏହି ସେବାରେ ସାମିଲ କରାଯାଇଛି । ଭୁବନେଶ୍ବର-ଫୁଲବାଣୀ, ଭୁବନେଶ୍ବର-ରାଉରକେଲା, ଭୁବନେଶ୍ବର-ଭବାନୀପାଟଣା, ଭୁବନେଶ୍ବର-ଭଞ୍ଜନଗର, ଭୁବନେଶ୍ବର-ରାଜଗାଙ୍ଗପୁର (ସୁନ୍ଦରଗଡ), ଭୁବନେଶ୍ବର-ରାଜ ଖରିଆର (ବଲାଙ୍ଗିର), ଭୁବନେଶ୍ବର-ଗୋରୁମହିଶାଣି (କରଞ୍ଜିଆ), ଭୁବନେଶ୍ବର-ବୁର୍ଲା (ସମ୍ବଲପୁର) ମଧ୍ୟ ଦେଇ ଯାତାୟତ କରିବ ।

ଏତଦ୍ ବ୍ୟତୀତ ୪ଟି ଭଲଭୋ ବସର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହି ବସ ଗୁଡିକ ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ବର-କୋଲକତା ଏବଂ ପାରାଦୀପ ଠାରୁ ବିଜୟୱାଡା ପର୍ଯ୍ୟନ୍ତ ଯାତାୟତ କରିବ । ୧୬ କୋଟି ଟଙ୍କା ବ୍ୟୟ ଆକଳନରେ ମୋଟ ୨୭ଟି ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ ହୋଇଛି । ଏହି ବସ ଗୁଡିକରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ନିଶୁଳ୍କ ୱାଇ ଫାଇ ସେବା, ମୋବାଇଲ ଚାର୍ଜିଙ୍ଗ୍, ସିସିଟିଭି କ୍ୟାମେରା, ଭେହିକେଲ ଟ୍ରାକିଙ୍ଗ ବ୍ୟବସ୍ଥା ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଉକ୍ତ ଗାଡି ଗୁଡିକରେ ଯାତ୍ରୀମାନେ ଅନଲାଇନ ଟିକେଟ ବୁକିଂ କରି ଯାତ୍ରା କରିପାରିବେ ।

- Advertisement -

ବର୍ତ୍ତମାନ ରାଜ୍ୟ ସଡକ ପରିବହନ ନିଗମର ୪୨୯ଟି ବସ୍ ୩୦ ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହେଉଛି । ଏତଦ୍ ବ୍ୟତୀତ ୪୩ଟି ଅନ୍ତଃରାଜ୍ୟ ସଡକ ଦେଇ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟତ କରୁଅଛି । ଓଡିଶା ରାଜ୍ୟ ପରିହନ ନିଗମର ଅନ୍ୟ ଏକ ବୈଶିଷ୍ଟ ଯେ, ଏହା ଏହା ଏଲବ୍ଲୁଇ ଅଧ୍ୟୂଷିତ ଜିଲ୍ଲାମାନଙ୍କରେ ଅଧିକ ବସ ସେବା ଯୋଗାଇ ଦେଉଛି । ଇତି ମଧ୍ୟରେ ନିଗମ ପକ୍ଷରୁ ୫ଟି ନୂତନ ବସଷ୍ଟାଣ୍ଡର ନିର୍ମାଣ ଜୟପୁର, ବଲାଙ୍ଗିର, ଅନୁଗୁଳ, ବାମରା ଓ ଓଡଗାଁଠାରେ ହାତକୁ ନେଇଛି ଏବଂ ୨୫ଟି ବସଷ୍ଟାଣ୍ଡର ପୁନରୁଦ୍ଧାର କାର୍ୟ୍ୟ ହାତକୁ ନିଆଯାଇଛି । ନିକଟରେ ୫୦ଟି ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାର କାର୍ୟ୍ୟକ୍ରମ ରହିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories