www.samajalive.in
Saturday, December 6, 2025
16.1 C
Bhubaneswar

କରୱାଚୌଥ୍‌ ବ୍ରତ ପରେ ସ୍ବାମୀଙ୍କୁ ହତ୍ୟାକଲେ ମହିଳା

ଲକ୍ଷ୍ନୌ : ସ୍ବାମୀଙ୍କ ଦୀର୍ଘଜୀବନ କାମନା କରି ମହିଳାମାନେ କରୱାଚୌଥ ବ୍ରତ ପାଳନ କରିଥାନ୍ତି। ତେବେ ଉତ୍ତର ପ୍ରଦେଶର କୌଶାମ୍ବି ଜିଲା ଅନ୍ତର୍ଗତ ଇସମାଇଲପୁର ଗ୍ରାମରେ ଜଣେ ମହିଳା ବ୍ରତ ଶେଷ ହେବାପରେ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଥିବା ଜଣାପଡିଛି। ସବିତା ନାମ୍ନୀ ଏହି ମହିଳା ଜଣକ ରବିବାର କରୱାଚୌଥ୍‌ ବ୍ରତ ପାଳନ କରିଥିଲେ। ଏହି କାର୍ଯ୍ୟରେ ସ୍ବାମୀ ଶୈଳେଶ ମଧ୍ୟ ତାଙ୍କୁ ଆବଶ୍ୟକ ସହଯୋଗ କରିଥିଲେ। ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ କରିବା ପରେ ବ୍ରତ ଶେଷ ହୋଇଥିଲା ଏବଂ ସବିତା ଉପବାସ ଭଙ୍ଗ କରିଥିଲେ। ଏହା ପରେ କୌଣସି କାରଣକୁ ନେଇ ସବିତା ଓ ଶୈଳେଶଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଶାନ୍ତ ପଡିବା ପରେ ଉଭୟ ଏକାଠି ରାତ୍ରୀଭୋଜନ କରିଥିଲେ। ଖାଇବା ପରେ ପଡୋଶୀ ଘରୁ କିଛି ଜିନିଷ ଆଣିବାକୁ ସବିତା ସ୍ବାମୀଙ୍କୁ ପଠାଇବା ସହ ଘରୁ ଚମ୍ପଟ ମାରିଥିଲେ। ପଡୋଶୀଙ୍କ ଘରେ ଶୈଳେଶ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବିଷାକ୍ତ ଖାଦ୍ୟ ଖାଇଥିବାରୁ ଶୈଳେଶ ପ୍ରାଣ ହରାଇଥିବା ଡାକ୍ତର କହିଥିଲେ। ମୃତକଙ୍କ ପରିବାର ଲୋକଙ୍କ ଏତଲାକୁ ଆଧାର କରି ପୁଲିସ ସବିତାଙ୍କୁ ଗିରଫ କରିଛି। ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବାରୁ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ବୋଲି ସବିତା ପୁଲିସକୁ ବୟାନ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories