www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ୍ ଗସ୍ତରେ ପ୍ରଧାନମନ୍ତ୍ରୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ : ରୁଷ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦିନିଆ ରୁଷ୍ ଗସ୍ତରେ ଯାଇଛନ୍ତି ପିଏମ୍ ମୋଦୀ। ଏହି ଅବସରରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। କାଜାନରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି। ବୁଧବାର ମୁଖ୍ୟ ବୈଠକରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ଏବଂ ବିଭିନ୍ନ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀକୁ ଆସିଥିବା ବ୍ରିକ୍ସ ସଦସ୍ୟ ଦେଶର ନେତା ମାନଙ୍କ ସହିତ ମୋଦୀ ଦ୍ଵିପାକ୍ଷିକ ବୈଠକ କରିପାରନ୍ତି। ପୂର୍ବରୁ ଭାରତ-ରୁଷ୍ ମଧ୍ୟରେ ସୁସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି କୁହାଯାଉଛି। ରୁଷ୍ ଅଧ୍ୟକ୍ଷତାରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories