www.samajalive.in
Monday, December 15, 2025
16.1 C
Bhubaneswar

ବୁର୍ଲା ଝିଅ ପ୍ରୀତି ସୁମନ ପାଇଲେ ଓଏଏସ

ବୁର୍ଲା: ବୁର୍ଲାର ଝିଅ ପ୍ରୀତି ସୁମନ ପ୍ରଧାନ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ୩୬୪ ତମ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି। ସୁଶ୍ରୀ ପ୍ରଧାନ ବୁର୍ଲା ଡିଏଭି ସ୍କୁଲରୁ ଯୁକ୍ତ ଦୁଇ ପାସ କରିବା ପରେ ଭୁବନେଶ୍ୱର ଓୟୁଏଟିରୁ ଏଗ୍ରିକଲଚରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୟୁଜିସି ନେଟ୍ ପରୀକ୍ଷା ପାସ କରିଥିବା ସୁଶ୍ରୀ ପ୍ରଧାନ ସମ୍ପ୍ରତି ସହକାରୀ ପ୍ରଫେସର ରୂପେ କାର୍ଯ୍ୟରତ ଅଛନ୍ତି। ଓଏଏସ୍ ପରୀକ୍ଷାରେ ସଫଳତା ପାଇଁ ସେ କଲେଜର ଅଧ୍ୟାପକ, ସାଙ୍ଗସାଥୀ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି। ସେ ଏମସିଏଲ ବିତ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପ୍ରବନ୍ଧକ (ସଚିବ) ସୁବାସ ଚନ୍ଦ୍ର ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ପୁତ୍ରୀ ଅଟନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories