www.samajalive.in
Sunday, December 14, 2025
14.1 C
Bhubaneswar

୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲା ଅନ୍ତର୍ଗତ ସୋନମାର୍ଗ ଅଞ୍ଚଳରେ ୨ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଶ୍ରମିକମାନେ ଏକ ସୁଡ଼ଙ୍ଗ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି କୋମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯିବା ସହିତ ଆତଙ୍କବାଦୀଙ୍କୁ ଖୋଜାଖୋଜି ଚାଲିଛି। ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜେଡ୍‌ ମୋଡ୍‌ ସୁଡ଼ଙ୍ଗ କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ହୋଇଥିଲେ। ଏହି ସୁଡ଼ଙ୍ଗ କେନ୍ଦ୍ରୀୟ କାଶ୍ମୀରର ଗାନ୍ଦରବଲ ଜିଲା ଅନ୍ତର୍ଗତ ଗଗନୀରକୁ ସୋନମାର୍ଗ ସହିତ ସଂଯୋଗ କରୁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories