www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍ତର ଗାଜାରେ ଇସ୍ରାଏଲର ଆକ୍ରମଣ: ୭୩ ମୃତ, ଭଗ୍ନାବଶେଷ ତଳେ ଦବି ରହିଛନ୍ତି ଅ​‌ନେକ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୧ ବର୍ଷ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଏବେ ଲେବାନନ ଓ ଇରାନ ମଧ୍ୟ ସାମିଲ ହୋଇଛନ୍ତି। ଗତ ବର୍ଷ ହାମାସ ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏବେ ପୁଣି ଉତ୍ତର ଗାଜାର ବେତ୍‌ ଲହିୟେରେ ଆଇଡିଏଫ ଆକ୍ରମଣରେ ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଗାଜାର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଉତ୍ତର ଗାଜାରେ ୧୬ ଦିନ ଧରି ଇସ୍ରାଏଲ୍ ସେନାର ଘେରାଉ ଯୋଗୁଁଁ ସ୍ଥିତି ଗମ୍ଭୀର ରହିଛି। ଏହି ଅଞ୍ଚଳରେ ଖାଦ୍ୟ, ଜଳ, ଔଷଧ ସମେତ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଣ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories