www.samajalive.in
Saturday, December 6, 2025
14.1 C
Bhubaneswar

ଲାଞ୍ଜିଗଡ ଡିଏଭି ବିଦ୍ୟାଳୟ ଠାରେ ଡିଏଭି ଜୋନାଲସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ 

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ଦ୍ଵାରା ଅନୁଷ୍ଠିତ ଡିଏଭି ଜୋନାଲ ସ୍ତରୀୟ ଫୁଟବଲ୍ ଏବଂ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ୧୯ ଏବଂ ୨୦ ଦୁଇଦିନ ହେବାକୁ ଥିବାବେଳେ ବେଦାନ୍ତ ଟାଉନସିପ ଖେଳପଡିଆ ଠାରେ ଶନିବାର ଉଦଘାଟିତ ହୋଇଯାଇଛି। ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ ସିଇଓ-ଆଲୁମିନା ବିଜିନେସ ପ୍ରଣବ ଭଟ୍ଟାଚାର୍ଯ୍ୟ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ। ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୩ ଗୋଟି ବିଦ୍ୟାଳୟର ଫୂଟବଲ ୧୨ଟି ଦଳ ଓ ତୀରନ୍ଦାଜ ୫ଟି ଦଳ ରହିଥିବା ବେଳେ ଏଥିରେ ମୋଟ ୧୮୫ ଜଣ ଖେଳାଳି ଭାଗ ନେଇଛନ୍ତି। ଏହି ଖେଳାଳି ମାନଙ୍କ ମଧ୍ୟରେ ୧୪ ବର୍ଷରୁ କମ ବର୍ଗର ଫୂଟବଲ ୬୦ ଜଣ , ତୀରନ୍ଦାଜ ୨ ଜଣ ପ୍ରତିଯୋଗୀ ରହିଥିବାବେଳେ ୧୭ ବର୍ଷରୁ କମ ବର୍ଗର ଫୂଟବଲ ୭୧ ଜଣ, ତୀରନ୍ଦାଜ ୮ ଜଣ ପ୍ରତିଯୋଗୀ ରହିଛନ୍ତି ଏବଂ ୧୯ ବର୍ଷରୁ କମ ବର୍ଗର ଫୂଟବଲ ୪୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ୧୩ ଜଣ ଏସକୋର୍ଟ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଗତ ଅଗଷ୍ଟ ମାସ ୨୩ ଏବଂ ୨୪ରେ ଡ଼ିଏଭିର କ୍ଲଷ୍ଟର ଲେବଲ ପ୍ରତିଯୋଗିତା ହୋଇଥିଲା ଏବଂ ସେହି ପ୍ରତିଯୋଗିତାରେ ଭାଗନେଇ ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ନେଇ ଏହି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକ, ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଦୀପକ କୁମାର ସାହୁ, ରଶ୍ମିତା ତ୍ରିପାଠୀ, ସୁଜାତା ସା, ପଲାଶ ଚାଟ୍ଟାର୍ଜୀ, ପ୍ରତିଷ୍ଠା ପୃଷ୍ଟି, ଶିବପ୍ରସାଦ ଖୁଶୱା, ଆଶିଷ ତିୱାରୀ, କେ ରାମବାବୁ, ସୁବାସ ମେହେର ସମେତ ସ୍କୂଲର ସମସ୍ତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories