www.samajalive.in
Friday, December 5, 2025
26.1 C
Bhubaneswar

ଝାରସୁଗୁଡା ଗଲେ କଳାହାଣ୍ଡିର ୭ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ: ଓଡ଼ିଶାର ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଆଜି ହେବାକୁ ଥିବା ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୭ ଜଣ କରାଟେ ପ୍ରତିଯୋଗୀ ଝାରସୁଗୁଡା ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ଗତ ୨୨ ଅଗଷ୍ଟ ୨୦୨୪ ତାରିଖରେ ଝାରସୁଗୁଡା ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ୬ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଣେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏହି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ପାଇଁ ମନୋନୀତ ହୋଇଥିଲେ। ବାଳକ ବିଭାଗର ୧୪ରୁ କମ୍ ବର୍ଷ ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ସୌନକ ସମଦର୍ଶୀ ସାହୁ ଓ ଆୟୁଷ ଦୁବେ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେସ କୁମାର ମହାଖୁଡ଼ ଓ ଗଙ୍ଗାଧର ମଲ୍ଲିକ ଅଛନ୍ତି। ସେହିପରି ୧୯ରୁ କମ୍ ବର୍ଷ ବର୍ଗରେ କିରନ୍ ବେମାଲ ରହିଛନ୍ତି। ବାଳିକା ବିଭାଗର ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି।ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼, ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ବିଦୁ ଭୂଷଣ ମୁଖାର୍ଜୀ, ଖେଳ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା ସହିତ ଏହି ପ୍ରତିଯୋଗୀ ମାନେ ଜୋନାଲ ସ୍ତରିୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories