www.samajalive.in
Monday, December 8, 2025
14.1 C
Bhubaneswar

ଗୋଟିଏ ଓଭରରେ ୫ ୱିକେଟ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଆନୁକୂଲ୍ୟରେ କଟକ ଓ ଭୁବନେଶ୍ବରରେ ଚାଲିଥିବା ଓସିଏ ଆନ୍ତଃଜିଲା ବିଦ୍ୟାଳୟ କ୍ରିକେଟର ବୁଧବାର ୫ ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ କଟକ-ବି, ଖୋର୍ଦ୍ଧା, ଭୁବନେଶ୍ବର-ବି, କେନ୍ଦୁଝର ଓ ନୂଆପଡ଼ା ବିଜୟୀ ହୋଇଛନ୍ତି। ଭୁବନେଶ୍ବର-ବି ପକ୍ଷରୁ ଆୟୁଷ ରାଉତ ଗୋଟିଏ ଓଭର ବୋଲିଂ କରି ୧ରନ ବିନିମୟରେ ୫ଟି ଓ ଦିବ୍ୟଜ୍ୟୋତି ମଲ୍ଲିକ ୭ଟି ୱିକେଟ ନେଇ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ସନସାଇନ ଗ୍ରାଉଣ୍ଡରେ କଟକ-ବି ୯ ୱିକେଟରେ ଗଜପତିକୁ ପରାସ୍ତ କରିଛି। ପଷ୍ପୁ ରେଡ୍ଡି କାର୍ତ୍ତିକ ୪୮,ସମ୍ପଦ କୁମାର ଦାସ ୩୪, ପିନକୁନ ପି ମଲ୍ଲିକ ୫୭, ଆପୁଲ ଏ ପଲ୍ଲାଇ ୪୭ରନ କରିଥିଲେ। ଗତିରାଉତପାଟଣା ଗ୍ରାଉଣ୍ଡରେ ଖୋର୍ଦ୍ଧା ୬୨ରନରେ ବରଗଡ଼କୁ ପରାସ୍ତ କରିଛି। ଓମ୍‌ ଏସ ପ୍ରଧାନ ୪୦ରନ କରିବା ସହିତ ୩ଟି ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେୀ ପିୟୁଷ ବଳିୟାରସିଂ ୩ଟି ୱିକେଟ ନେଇଥିଲେ। ଅଡଶପୁର ଗ୍ରାଉଣ୍ଡରେ ଭୁବନେଶ୍ବର-ବି ୮ ୱିକେଟରେ ଜଗତସିଂହପୁରକୁ ପରାସ୍ତ କରିଛି। ଭୁବନେଶ୍ବର-ବି ପକ୍ଷରୁ ଆୟୁଷ ରାଉତ ୫ଟି ଓ ଏସ୍‌ଲୋକ୍‌ ସଂକଳ୍ପ ୪ଟି ୱିକେଟ ନେଇଥିଲେ। ଜଗତସିଂହପୁର ପକ୍ଷରୁ ଆର‌୍ୟ୍ୟ ଜି ନାଥ ୨ଟି ୱିକେଟ ନେଇଥିଲେ। ନିମପୁର ଗ୍ରାଉଣ୍ଡରେ କେନ୍ଦୁଝର ୧୨୧ରନରେ କନ୍ଧମାଳକୁ ପରାସ୍ତ କରିଛି। ଆୟୁଷ ଆର ସେଠୀ ୬୫,ସୋହମ କେ ଜେନା ୬୪, ଶୁଭମ ଏସ୍‌ ସାହୁ ୩୨ରନ କରିଥିବାବେଳେ ପ୍ରୀତମ କେ ବେହେରା, ସଙ୍କିତ ବେହେରା, ରାହୁଲଦେବ ଏସ୍‌ ନାୟକ ଓ ଆୟୁଷ ଆର ସେଠୀ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ ନୂଆପଡ଼ା ୧୭୨ରନରେ ନବରଙ୍ଗପୁରକୁ ପରାସ୍ତ କରିଛି। ଦିବ୍ୟଜ୍ୟୋତି ମଲ୍ଲିକ ବ୍ୟାଟିଂରେ ୭୯ରନ କରିବା ସହ ବୋଲିଂରେ ୭ଟି ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିରୂପ ଦାସ ୫୪ରନ କରିଥିବାବେଳେ ଆୟୁଷମାନ ପଣ୍ଡା ୫ଟି ୱିକେଟ ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories