www.samajalive.in
Saturday, December 13, 2025
23.1 C
Bhubaneswar

ଚନ୍ଦ୍ରରେ ଚାରା ଲଗାଇଲା ଚୀନ୍‌ !

ବେଜିଂ : ଦେଶର ଚନ୍ଦ୍ର ଅଭିଯାନରେ ଅପୂର୍ବ ସଫଳତା ଲାଭ କରିଛି ଚୀନ୍‌। ପ୍ରଥମ ଥର ପାଇଁ ଚନ୍ଦ୍ରରେ ଚୀନ୍‌ର ମହାକାଶଚାରୀମାନେ ଚାରା ଲଗାଇବା ସହ ଏହାକୁ ୯ ଦିନରୁ ଅଧିକ ସମୟ ବଞ୍ଚାଇ ରଖିଥିବା ଦାବି କରିଛନ୍ତି। ଗତ ୧୨ତାରିଖରେ ଏହି ଚାରାର ଫଟୋ ମଧ୍ୟ ସେମାନେ ଜାରି କରିଛନ୍ତି। ଚୋଙ୍ଗକ୍ବିଙ୍ଗ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ଚନ୍ଦ୍ରରେ ଚାରା ରୋପଣ କରାଯାଇଥିଲା ଓ ଏହା ବଞ୍ଚିବା ସହ ବଢ଼ୁଛି। ଏହାର ପରୀକ୍ଷାରୁ ଚାରାଟି ଅଧିକ ବଢ଼ିବାର ସମସ୍ତ ସୂଚନା ମିଳୁଛି ବୋଲି ସେମାନେ କହିଛନ୍ତି। ଗତ ସପ୍ତାହରେ ଚନ୍ଦ୍ରର ଅପରପାର୍ଶ୍ବରେ ମହାକାଶ ଯାନ ଅବତରଣ କରାଇବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ଚୀନ୍‌ ଆଗକୁ ଆହୁରି ୪ଟି ଅଭିଯାନର ଯୋଜନା ରଖିଛି। ଏଥିରୁ ଦୁଇଟି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହା ମାଧ୍ୟମରେ ଚନ୍ଦ୍ରରୁ ବିଭିନ୍ନ ଜୈବସାମଗ୍ରୀ ପରୀକ୍ଷା ପାଇଁ ଆଣିବା ଯୋଜନା ଥିବା ଚୀନ୍‌ର ଜାତୀୟ ମହାକାଶ ପରିଚାଳନା ସଂସ୍ଥାର ଉପମୁଖ୍ୟ ଉ ୟାନହୁଆ କହିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories