www.samajalive.in
Wednesday, December 10, 2025
16.1 C
Bhubaneswar

ମୋହନା ତାରିଣୀ ନଗରରେ ଜଳ ସଙ୍କଟ

ମୋହନା : ଖରାଦିନ ଆସିନି କିନ୍ତୁ ଏବେ ଠାରୁ ପାଣି ପାଇଁ ଡହଳ ବିକଳ ହେଲେଣି ଗଜପତି ଜିଲ୍ଲା ମୋହନା ପଞ୍ଚାୟତର ତାରିଣୀ ନଗର ବାସିନ୍ଦା। ତାରିଣୀ ମନ୍ଦିର ଠାରୁ କଲେଜ ଛକ ପର୍ଯ୍ୟନ୍ତ ୨୦ଟି ପରିବାର ରହୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ରହିଛି। ଏଣୁ ବର୍ଷ ବର୍ଷ ଧରି ପାଣି ଟୋପାଏ ପାଇବା ପାଇଁ ସାହି ବାସିନ୍ଦା ଡହଳ ବିକଳ ହୋଇ ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ପ୍ରଶାସନ ତଥା ଜନ ପ୍ରତିନଧିଙ୍କୁ ଏଥିପ୍ରତି ନିଘା ନଥିବା ଅଭିଯୋଗ ଆସିଛି। ପାନୀୟ ଜଳ ସଙ୍କଟ ଦୂର ପାଇଁ ବହୁବାର ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଗୁହାରୀ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଉକ୍ତ ସାହି ବାସିନ୍ଦାଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ୮ ମାସ ପାଣି ଯୋଗାଉ ଥିବାବେଳେ ଗ୍ରୀଷ୍ମ ୪ ମାସ ପାଣିର ଉତ୍କଟ ଅଭାବ ଦେଖାଦେଉଛି। ପାଣି ହାଣ୍ଡିଏ ନେବାପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ବେଳେ ମହିଳା ମାନେ ଧାଡି ବାନ୍ଧି ନେବାକୁ ବାଧ୍ୟ ହେଉଛନ୍ତି । ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ମୋହନା ଭଳି ଓଡିଶାର ୨ୟ ବୃହତମ ବ୍ଳକ ହେଡ କ୍ୱାଟରରେ ଲୋକଙ୍କୁ ପାଣି ମିଳୁନି। ମୋହନାବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜଳପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା ଯୋଗୁଁ ଅବହେଳାର ବସବର୍ତୀ ହୋଇ କର୍ମଚାରୀ କାମ କରୁନଥିବା ଯୋଗୁଁ ମୋହନାର କିଛି ସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଣୁ ତୁରନ୍ତ ତାରିଣୀ ନଗରରେ ଆଉ ୨ଟି ନଳକୂପ ବ୍ୟବସ୍ଥା କରିବା ସହିତ ପାନୀୟ ଜଳରୁ ବଞ୍ଚିତ ହେଉଥିବା ସାହିମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋହନାବାସୀ ଦାବି କରିଛନ୍ତି। ମାଁ ମଙ୍ଗଳା ସ୍ୱଂୟ ସହାୟିକା ଗୋଷ୍ଠୀ ସଭାନେତ୍ରୀ ପ୍ରତିମା ବେହେରା ଓ ସମ୍ପାଦିକା ବସନ୍ତ ପଣ୍ଡାଙ୍କ ସମେତ ସାହି ବାସିନ୍ଦା ଦାବି କରିଛନ୍ତି। ଏ ସମ୍ପର୍କରେ ମୋହନା ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ପଚାରିବାରୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦିଆଯିବା ସହ ନଳକୂପ ବ୍ୟବସ୍ତା କରାଯିବ ବୋଲି କହିଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories