ଦୁର୍ଗା ପୂଜା ପାଇଁ ପାଟଣା ମୁଖ୍ୟାଳୟ ଉତ୍ସବ ମୁଖର

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ବଜାର ଅଞ୍ଚଳରେ ଦୁର୍ଗତି ନାସିନୀ ମା ଦୁର୍ଗା ଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଦୁର୍ଗା ପୂଜା କମିଟି ତରଫରୁ ଶାରଦୀୟ ଦୁର୍ଗାପୂଜା ଆଜି ଠାରୁ ଧୁମୁଧାମରେ ଆରମ୍ଭ ହୋଇଛି। ମା ଦୁର୍ଗାଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯିବା ସହ ସୁଦୃଶ୍ୟ ମେଢ଼ ସହିତ ତୋରଣ ଏବଂ ଆଲୋକ ମାଳାରେ ମଣ୍ଡପ ଝଲସି ଉଠୁଛି । ଆଜି ମହା ସପ୍ତମୀ ପୂଜା ହୋଇଛି।ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ଭାବେ ପଣ୍ଡିତ ବୃନ୍ଦାବନ ଷଡଙ୍ଗୀ ପଣ୍ଡିତ ଶୁକଦେଵ ମିଶ୍ର,ପଣ୍ଡିତ ନନ୍ଦକିଶୋର ଦାଶ ଓ ପଣ୍ଡିତ ରବିନାରାୟଣ ଦାଶ ପୂଜା କାର୍ଯ୍ୟ ଓ ଚଣ୍ଡୀପାଠ  କରୁଛନ୍ତି। ପୂଜା କମିଟିର ସଭାପତି ମାଧବାନନ୍ଦ ପୃଷ୍ଟି, ସମ୍ପାଦକ ଯୁଗଳ କିଶୋର ଦାଶ, ସଦସ୍ୟ ରଣଜିତ ଚକ୍ର,କମଳାକାନ୍ତ ପତି, ସହଦେବ ବେହେରା, ଶିବନାରାୟଣ ମିଶ୍ର, ରମାକାନ୍ତ ଶତପଥୀ, ପ୍ରଦୀପ ମିଶ୍ର, ସନ୍ତୋଷ କର, ସୁଦାମ ଦାଶ, ବିଭୁ ପ୍ରସାଦ ବେହେରା, ଅଜୟ ବେହେରା ଓ ସୁବୁଦ୍ଧି ବାରିକ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ରବିବାର  ମହାଷ୍ଟମୀ ଥିବାରୁ ବ୍ରତ ଧାରୀଙ୍କ ପ୍ରବଳ ଭିଡ ରହିବ ଏହାକୁ ଆଖି ଆଗରେ ରଖି କମିଟି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମା ଦୁର୍ଗାଙ୍କ ଦର୍ଶନ ପାଇଁ ଗହଳି ଲାଗି ରହୁଥିବା ଦେଖିବାକୁ ମିଳିଛି।

Comments are closed.