ସୋନପୁର : ସୋନପୁର ଜିଲ୍ଲା ବାଉଁଶୁଣି ଥାନା ସଦେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଜଣେ ଯୁବତୀ ହଠାତ୍ ତେଲ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବତୀ ଜଣକ ପ୍ରମୋଦିନୀ ବାଦୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳୁ ଜଣେ ଯୁବତୀ ତେଲ ନଦୀ ସେତୁ ଉପରକୁ ଆସି ହଠାତ୍ ନଦୀ ମଧ୍ୟକୁ ଡେଇଁ ପଡିଥିଲେ। ଏହାପରେ କିଛି ମତ୍ସ୍ୟଜୀବୀ ଏହା ଦେଖି ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଏବଂ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣରୁ ଯୁବତୀ ଜଣକ ହଠାତ୍ ନଦୀ ମଧ୍ୟକୁ ଡେଇଁଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



