www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ତାନ ପାଇଁ ନିରାଶ ଦମ୍ପତ୍ତି ନବରାତ୍ରୀରେ କରନ୍ତୁ ଏହି ବିଶେଷ ପୂଜା

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୂଜାରେ ଆଜି ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ଦେବୀଙ୍କ ଆରାଧନା କରାଯାଉଛି। ମା’ ଦୁର୍ଗାଙ୍କ ପଞ୍ଚମ ରୂପକୁ ସ୍କନ୍ଦମାତା କୁହାଯାଏ। ପ୍ରେମ ଓ ପ୍ରେମର ମୂର୍ତ୍ତି ସ୍କନ୍ଦମାତାଙ୍କୂ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତିର ମନସ୍କାମନା ପୂରଣ ହୋଇଥାଏ। ଭଗବତୀ ପୂରାଣରେ ସ୍କନ୍ଦମାତାଙ୍କ ବିଷୟରେ କୁହାଯାଇଛି ଯେ ନବରାତ୍ରୀର ପଞ୍ଚମ ଦିନ ସ୍କନ୍ଦମାତାଙ୍କୁ ପୂଜା କରିବା ଦ୍ୱାରା ଜ୍ଞାନପ୍ରାପ୍ତି ଓ ଶୁଭଫଳ ମିଳିଥାଏ। ମା’ ହେଉଛନ୍ତି ଜ୍ଞାନ, ଇଚ୍ଛାଶକ୍ତି ଓ କାର୍ଯ୍ୟର ମିଶ୍ରଣ। ଯେତେବେଳେ ଶକ୍ତି ସହିତ ଶବ ତତ୍ତ୍ୱ ମିଳନହୁଏ ସେତେବେଳେ ସ୍କନ୍ଦ ଅର୍ଥାତ୍‌‌ କାର୍ତ୍ତିକେୟଙ୍କ ଜନ୍ମ ହୁଏ। ଏହା ହେଉଛି ଦେବୀ ଦୁର୍ଗାଙ୍କର ମାତୃରୂପ। କୁହାଯାଏ ଯେ ଯେଉଁମାନେ ସନ୍ତାନ ସୁଖ ପାଇବାର ଇଚ୍ଛାରେ ମା ସ୍କନ୍ଦମାତାଙ୍କୁ ରୀତିନୀତିରେ ପୂଜା କରିଥାନ୍ତି ତେବେ ଖୁବଶୀଘ୍ର ସେମାନଙ୍କୁ ଖୁସି ଖବର ମିଳିଥାଏ।

ନବରାତ୍ରୀର ପଞ୍ଚମ ଦିନ: ଏହି ମନ୍ତ୍ର ଜପ କରି ସ୍କନ୍ଦମାତାଙ୍କୁ କରନ୍ତୁ ପୂଜା

- Advertisement -

ନବରାତ୍ରୀର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କୁ ହଳଦିଆ ଓଢଣୀ ସହି ୧୬ଶୃଙ୍ଗାରରେ ସୁସଜ୍ଜିତ କରାଯାଏ। ଗୋଟିଏ ନଡିଆ, କଦଳୀ, ହଳଦିଆ ଫୁଲ, ଲାଲ କିମ୍ବା ସବୁଜ ଚୁଡି ରଖି ଦେବୀଙ୍କ କୋଳରେ ରଖନ୍ତୁ। ଉଭୟ ଦମ୍ପତ୍ତି ମିଶି ଦେବୀଙ୍କ ‘ୟା ଦେବୀ ସର୍ବଭୁତେଷୁ ମା’ ସ୍କନ୍ଦମାତା ରୂପେଣୀ ସଂସ୍ଥିତା, ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା ନମୋ ନମଃା’ ମନ୍ତ୍ର ଜପ କରନ୍ତୁ। ମା’ ସ୍କନ୍ଦମାତାଙ୍କୁ ପୂଜା କରିବା ସହିତ ସ୍କନ୍ଦ କୁମାର ଅର୍ଥାତ୍‌‌ ଭଗବାନ କାର୍ତ୍ତିକେୟଙ୍କୁ ପୂଜା କରନ୍ତୁ। ଯଦିଓ ଅଷ୍ଟମୀ ବା ନବମୀ ଦିନ କନ୍ୟା ପୂଜା କରାଯାଏ। ପଞ୍ଚମ ଦିନରେ ୫କନ୍ୟାଙ୍କୁ ଖିରି ଖାଇବାକୁ ଦିଅନ୍ତୁ ଏବଂ କଦଳୀ ଦାନ କରନ୍ତୁ।
ଜ୍ୟୋତିଷ ଶସ୍ତ୍ର ଅନୁସାରେ ନବରାତ୍ରୀର ପଞ୍ଚମ ଦିନ ଗୋପାଳ ଯନ୍ତ୍ର ସ୍ଥାପନ କରନ୍ତୁ ଏବଂ ଆପଣଙ୍କ ମନସ୍କାମନା ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିଦିନ ଗୋପାଳ ସହସ୍ରାନାମ ପାଠ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବ। ଏହାସହିତ ରାତିରେ ସ୍କନ୍ଦମାତାଙ୍କ ପାଖରେ ଦୀପ ଜାଳି କିଛି ସମୟ ଧ୍ୟାନ କରନ୍ତୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories