www.samajalive.in
Monday, December 15, 2025
14.1 C
Bhubaneswar

ନୂଆ ବାଇକ ଆଣିଲା ସୁଜୁକି, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ସୁଜୁକି ନିଜ ନୂଆ ବାଇକ୍ ଭାରତରେ ଲଞ୍ଚ୍ କରିଦେଇଛି । ବାଇକର ନାଁ ସୁଜୁକି ଜିଏସଏକ୍ସ-୮ଆର୍ ଏବଂ ଏହାର ଦାମ୍ ୯.୨୫ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) । ବାଇକକୁ ଚଳିତବର୍ଷ ପ୍ରାରମ୍ଭରେ ଭାରତ ମୋବିଲିଟି ଏକ୍ସପୋରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏହି ବାଇକ ୩ ରଙ୍ଗର ବିକଳ୍ପ ସିଲଭର, ବ୍ଲାକ୍ ଓ ବ୍ଲୁ ସହ ଆସିବ । ଏହା ଟ୍ରାଏମ୍ପ ଡାଏଟୋନା ୬୬୦ ଏବଂ କାଓ୍ବାସାକି ନିଞ୍ଜା ୬୬୦ ସମେତ ଅନ୍ୟ ବାଇକକୁ ଟକ୍କର ଦେବ ।

ଜିଏସଏକ୍ସ-୮ଆରରେ ୭୭୬ ସିସିର ଲିକ୍ବିଡ୍ କୁଲ୍ଡ ଟ୍ବିନ୍ ଇଞ୍ଜିନ୍ ମିଳିବ ଯାହା ୭୮ ଏନଏମରେ ୮୧.୮ ଏଚପିର ପାଓ୍ବର ଉତ୍ପନ କରିଥାଏ । ଏହାର ପାଓ୍ବର ଆଉଟପୁଟ୍ ପ୍ରାୟ ଟାଟା ପଞ୍ଚ ସହ ସମାନ । ଏହି ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହ ଯୋଡାଯାଇଛି । ବାଇକରେ ୧୭ ଇଞ୍ଚର ଆଲୟହ୍ବିଲ ମିଳିବ । ରାଇଡିଂ ପାଇଁ ଏଥିରେ ୩ ମୋଡ୍ ମିଳିବ । ଏହା ସହ ଏକ ୫ ଇଞ୍ଚର କଲର ଟିଏଫଟି ଏଲସିଡି କନସୋଲ୍ ମଧ୍ୟ ମିଳିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories