ଛାତ୍ରସଂଘ ବାର୍ଷକ ଉତ୍ସବ ଉଦଘାଟିତ

ବୁର୍ଲା: ବୁର୍ଲା ଭିମସାରର ମେଡ଼ିକାଲ କଲେଜର ୟଜି ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ପ୍ରିସମସ-୨୦୨୪କୁ ମୁଖ୍ୟଅତିଥି ଭାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଉଦଘାଟନ କରିଚହନ୍ତି। ମାଁ ସମ୍ବଲେଶ୍ୱରୀଙ୍କ ପ୍ରତିମା ସମ୍ମୁଖରେ ଦ୍ବୀପ ପ୍ରଜ୍ଜ୍ୱଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଚିକିତ୍ସକଙ୍କ ଅଭାବ ଓ ପାରାମେଡିକ କର୍ମଚାରୀଙ୍କ ଅଭାବ ଲାଗି ରହିଛି ତେବେ ଆଗାମୀ ଦିନରେ ଡାକ୍ତରଙ୍କ ଅଭାବ ପୁରଣ କରାଯିବା ଉପରେ ପଦକ୍ଷେପ ନିଆଯିବା ଉପରେ ମତପ୍ରକାଶ କରିଥିଲେ। ତେବେ ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲା ମାନଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା କ୍ରମେ ସମସ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ଖୋଲାଯାଇ ଅନେକ ଡାକ୍ତର ଉକ୍ତ ମେଡ଼ିକାଲ କଲେଜ ମାନଙ୍କରୁ କୃତକାର୍ଯ୍ୟ ହୋଇ ଜନସେବାରେ ଲାଗିପାରିବେ ବୋଲି ମତପ୍ରକାଶ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ। ଏପରିକି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବ୍ୟସ୍ତତାପୁର୍ଣ୍ଣ ଅଧ୍ୟୟନ ରହି ଏଭଳି କାର୍ଯ୍ୟକ୍ରମର କିପରି ଭାବରେ ଆବଶ୍ୟକତା ରହିଥିବା ଉପରେ ମତପ୍ରକାଶ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନିୟ ବିଧାୟକ ଜୟନାରାୟଣ ମିଶ୍ର ବର୍ତ୍ତମାନର ଯୁଗରେ କିପରି ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ମେଡ଼ିକାଲ କଲେଜରୁ କୃତକାର୍ଯ୍ୟ ହୋଇ ଡାକ୍ତର ନିଜ ସ୍ଥାନକୁ ଗୁରୁତ୍ୱ ନ ଦେଇ ଯାଇ ବିଦେଶରେ କିପରି ଭାବରେ ସେବା ଯୋଗାଇବା ପାଇଁ ଆଗଭର ହେଉଛନ୍ତି ଏହା ଉପରେ ସେ ଦୁଃଖ ପ୍ରକାଶ କରିଥିଲେ। ଏପରିକି ବର୍ତ୍ତମାନର ଯୁବପିଢ଼ି ନିଜର ମାଁ ମାଟିକୁ ଭୁଲି ଏବଂ ନିଜର ପିତାମାତାଙ୍କୁ ମଧ୍ୟ ଉପେକ୍ଷା କରି କିପରି ବାହାର ଦେଶ ମାନଙ୍କରେ ରହିବା ପାଇଁ ପସନ୍ଦ କରିବା ଉପରେ ବ୍ୟକ୍ତ କରି ଦୁଃଖପ୍ରକାଶ କରି ସ୍ଥାନିୟ ଲୋକଙ୍କ ସେବା ପାଇଁ ଅନ୍ତଃତ ଚିକିତ୍ସକ ମାନେ ଚିନ୍ତା କରିବା ପାଇଁ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ। ଏପରିକି ଉକୃଷ୍ଟ ମାର୍କ ରଖିଥିବା ଡାକ୍ତର ଯେ ଜଣେ ସୁବିଶେଷଜ୍ଞ ହେବ ଏହାର କୌଣସି ମାନେ ନ ଥାଏ ଏବଂ ଡାକ୍ତରୀ ପାଠ୍ୟକ୍ରମରେ କୃତି ହୋଇ ନ ଥିବା ଜଣେ ମଧ୍ୟ ସୁଚିକିତ୍ସକ ହୋଇ ନା କରିବାର ଅନେକ ଉଦାହରଣ ରହିଥିବା ବ୍ୟକ୍ତ କରିଥିଲେ।

Comments are closed.