ଭିମସାରର ଅବ୍ୟବସ୍ଥା ଗତ ୨୪ ବର୍ଷର ସରକାରଠାରୁ ଉତ୍ତରାଧିକାରୀ ସୂତ୍ରରୁ ମିଳିଛି – ମନ୍ତ୍ରୀ

ବୁର୍ଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଭିମସାର ଗସ୍ତରରେ ଆସି ସମୀକ୍ଷା କରିଛନ୍ତି। ବୈଠକରେ ଭିମସାରର ବିଭିନ୍ନ ସମସ୍ୟା ବିଷୟରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଭିମସାରର ସମସ୍ୟାକୁ ନେଇ ଭିମ୍ସାରର ସମସ୍ୟା ଗୋଟିଏ ଦିନର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ଗୋଟିଏ ଦିନରେ ମଧ୍ୟ ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ ନାହିଁ। ଏହା ଗୋଟିଏ ଚଳଚଞ୍ଚଳ ପ୍ରତିଷ୍ଠାନ। ଭାରତ ସରକାର ନଅଟି ସୁପର ସ୍ପୋସାଲିଟି ଡାକ୍ତରଖାନା କରିବା ପାଇଁ ଅନୁଦାନର ବ୍ୟବସ୍ଥା କରିଛନ୍ତି। ସେଥି ମଧ୍ୟରେ ଭିମସାର ରହିଛି। ତାକୁ କେମିତି ଶିଘ୍ର କାର୍ଯ୍ୟକାରୀ କରାଯିବ ସେ ନେଇ ସମୀକ୍ଷା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଚଳିତ ମାସର ଶେଷ ସୁଦ୍ଧା ଏହାର ଖସଡ଼ା ପ୍ରସ୍ତୁତ କରିବାକୁ ଭିମସାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆମ ଡାକ୍ତର ଆମ ପାଖରେ ରହିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି। ରାଜ୍ୟର ୧୧ଟି ସରକାରୀ ମେଡିକାଲ କଲେଜରେ କେମିତି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ତାର ବ୍ୟବସ୍ଥା କରାଯାଉଛି। ଖୁବ ଶିଘ୍ର ରାଜ୍ୟରେ ଦେଖା ଦେଇଥିବା ଡାକ୍ତର ଅଭାବ ସମସ୍ୟାର ସମାଧାନ ହେବ। ଗତ ସରକାରଙ୍କ ୨୪ ବର୍ଷର ସ୍ବାସ୍ଥ୍ୟ ବିଭାଗର ସମସ୍ୟାକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ପାଇଛୁ। ସେସବୁର ସମାଧାନ ଶହେ ଦିନ ମଧ୍ୟରେ କରିବା ସମ୍ଭବ ନୁହେଁ। ଭିମସାର ପରୀକ୍ଷା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ  ଉପରେ ନିର୍ଭର କରୁଛି।
ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ କଥାବାର୍ତ୍ତା ଚାଲିଛି। ସେହିପରି ସରକାରୀ ଡାକ୍ତରଙ୍କ ନର୍ସିଂ ହୋମ ପ୍ରୀତି ବିଷୟରେ ପଚାରିବାରେ ସରକାରୀ ଡାକ୍ତର ନର୍ସିଂ ହୋମରେ ରୋଗୀ ଦେଖୁଥିବା ଖବର ଶୁଣିବାକୁ ମିଳୁଛି। ସେଭଳି ଅଭିଯୋଗ ଆସିଲେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ବୁର୍ଲା ମେଡ଼ିକାଲକୁ ପୂର୍ଣ୍ଣ ସ୍ଵୟଂଶାସିତ କ୍ଷମତା ନଚେତ ସ୍ଵୟଂଶାସିତ ପ୍ରତ୍ୟାହାର କରି ଦିଆଯିବା ଉପରେ ଆଲୋଚନା ହୋଇଥିଲା। ଏହା ସହିତ ବର୍ୟବସ୍ତୁ ପରିଚାଳନାକୁ ନେଇ ମଧ୍ୟ ସମାଲୋଚନା ହୋଇଥିଲା। ବହୁ ପ୍ରତିକ୍ଷୀତ ସହକାରୀ ପ୍ରଫେସର ନିଯୁକ୍ତି ପ୍ରକ୍ରିୟାକୁ ଶୀଘ୍ର କରାଯିବା, ସୁପର ସ୍ପେଶିଆଳିଟି ବିଭାଗକୁ କିପରି ଖୋଲାଯାଇ ପାରିବ ତଥା ବହିର୍ବିଭାଗ ବ୍ୟବସ୍ଥା କରାଯାଇ ପାରିବ ଏବଂ ବିଶେଷ କରି ହସପିଟାଲରେ କିପରି ଭାବରେ ୨୪ ଘଣ୍ଟିଆ ବିଜୁଳି ସେବାକୁ ବ୍ୟବସ୍ଥିତ କରାଯିବା ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହାକୁ ନେଇ ଆଲୋଚନା ହୋଇଥିଲା। ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବୁର୍ଲା ଭିମସାରର କେତେକ ସମସ୍ୟା ମାନ ସମାଧାନ ହେବା ଆବଶ୍ୟକ ପଦକ୍ଷେପ ଉଠାଜିବା ଉପରେ ମତବ୍ୟକ୍ତ କରିଥିଲେ। ଏହା ସହିତ ଡାକ୍ତର ସଠିକ୍ ଭାବରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ ଉପରେ ଧ୍ୟାନ ଦେବାର ଯଥେଷ୍ଟ ଆବଶ୍ୟକ ରହିଥିବା ପରାମର୍ଶ କରିଥିଲେ। ଏପରିକି ଭିମସାରରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ବଳ ସହିତ ମହିଳା ପୁଲିସ ମଧ୍ୟ ବ୍ୟବସ୍ଥିତ କରାଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସମେତ ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ୟାଦବ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳି ରାମ ବୋନ୍ଦର, ମହାନଗର ନିଗମ କମିଶନର ବେଦ ଭୂଷଣ, ଆଇଜି ହିମାଂଶୁ ଲାଲ, ଏସପି ମୁକେଶ ଭାମୁଙ୍କ ସମେତ ଭିମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ, ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ସୁନିଲ ଶର୍ମା,  ପ୍ରଫେସର ସଞ୍ଜୟ ମହାପାତ୍ର, ପ୍ରଫେସର ପ୍ରକାଶ ପଣ୍ଡା, ପ୍ରଫେସର ପ୍ରଶାନ୍ତ ସ୍ୱାଇଁ, ପ୍ରଫେସର ମତା ସର୍, ପ୍ରଫେସର ବିମଲ କୃଷ୍ଣ ପଣ୍ଡା ମାନେ ଉପସ୍ଥିତ ରହିଥିଲେ।

Comments are closed.