www.samajalive.in
Monday, December 15, 2025
14.1 C
Bhubaneswar

ଟ୍ରକ ମାଲିକ ସଂଘ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

କେନ୍ଦୁଝରଗଡ଼଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ ସଂଘ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ନିର୍ବାଚନ ସେପ୍ଟେମ୍ବର ୨୮ରେ ଅନୁଷ୍ଠିତ ହେବାପରେ ୨୯ତାରିଖ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇଥିଲା। ସଂଘର ସମସ୍ତ ୨୨ଜଣ ନବନିର୍ବାଚିତ କର୍ମକର୍ତ୍ତା ଶୁକ୍ରବାର ଶପଥଗ୍ରହଣ ପରେ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଂଘ ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡା ଓ ଗୋପାଳକୃଷ୍ଣ ପରିଡ଼ା ସଂଘର ସମସ୍ତ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନିଜ ନିଜ ପଦ ପାଇଁ ଶପଥ ପାଠ କରାଇବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସଂଘରେ ଦୀର୍ଘ ୮ବର୍ଷ ଧରି ସଦସ୍ୟଙ୍କ ନବୀକରଣ କାର୍ଯ୍ୟ ବନ୍ଦ ଥିବାବେଳେ ଖୁବ୍‌‌ ଶିଘ୍ର ସଦସ୍ୟଙ୍କ ନବୀକରଣ ସହ ଯୋଗ୍ୟ ଟ୍ରକ ମାଲିକଙ୍କୁ କେବଳ ସଦସ୍ୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ସଭାପତି ପଦ୍ମଲୋଚନ ସାହୁ ଏହା କହିଛନ୍ତି। ସେହିଭଳି ଶୁଆକାଟୀ ଖଣି ଅଞ୍ଚଳରୁ ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ ପାଇଁ ସଂଘରେ ହୋଇ ଆସୁଥିବା ଟୋକନ କଳାବଜାରୀକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଟ୍ରକ ମାଲିକ କିଭଳି ସପ୍ତାହକ ମଧ୍ୟରେ ସେମାନଙ୍କ ପରିବହନ ବାବଦ ଭଡା ମୂଲ୍ୟ ପାଇବେ ସେ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ ଦାୟିତ୍ୱ ଗ୍ରହଣ ଅବସରରେ ଏହା କହିଛନ୍ତି। ଏଥିସହ ସଂଘରେ କାର୍ଯ୍ୟରତ କୌଣସି କର୍ମଚାରୀ ଯଦି ଟ୍ରକ ମାଲିକଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ ଆସେ ତାହାଲେ ଅଭିଯୋଗର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ପାଦକ ଶ୍ରୀ ବାରିକ ସତର୍କ କରାଇ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories