ହୋଟେଲ ଓ ରେସ୍ତୋରାଁରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ
ବାସୁଦେବପୁର: ବାସୁଦେବପୁର ସହରରେ ଥିବା ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ଖାଦ୍ୟର ମାନ ଯାଞ୍ଚ କରାଯାଇ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭାରତି ରାଉତଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଶୁକ୍ରବାର ବାସୁଦେବପୁର ଗସ୍ଥରେ ଆସି ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏହି ସମୟରେ ୧୮ଟି ହୋଟେଲ ଓ ରେସ୍ତୋରାଁ ଉପରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଥିବା ବେଳେ ୫ ଶହ ଟଙ୍କା ଲେଖାଏଁ ୧୪ଟି ରନ୍ଧାଖାଦ୍ୟ ସଂସ୍ଥା ଠାରୁ ଜୋରିମାନା ଆଦାୟ କରାଯାଇଥିଲା।
Comments are closed.