www.samajalive.in
Tuesday, December 9, 2025
26.1 C
Bhubaneswar

କଣ ଜବାବ ଦେବେ ସୁପ୍ରିମକୋର୍ଟଙ୍କୁ, ହରଡ଼ଘଣାରେ ଦିଲ୍ଲୀ ଉପରାଜ୍ୟପାଳ

ଡେସ୍କ: ଗତ କିଛି ବର୍ଷ ହେବ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କ ଅଯଥା ଓ ନିୟମ ବହିର୍ଭୁତ ହସ୍ତକ୍ଷେପ ବିଭ୍ରାଟ ସୃଷ୍ଟି କରୁଛି। ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅଧିକ ଚର୍ଚ୍ଚାରେ। ସେଠାରେ ରାଜ୍ୟପାଳ ଅନେକ ସମୟରେ ଏକ ସମାନ୍ତରାଳ ସରକାର ଚଳାଇବା ଭଳି କାର୍ଯ୍ୟ କରିଥାନ୍ତି। ଏବେ ସେମିତି ଏକ ରାଜ୍ୟପାଳ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା।

ନିକଟରେ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ମାମଲାରେ ହସ୍ତକ୍ଷେପ କରିବା ନେଇ ଚର୍ଚ୍ଚାରେ ଅଛନ୍ତି। କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟ ଉପରାଜ୍ୟପାଳଙ୍କ ଏଭଳି ଅସାମ୍ବିଧାନିକ କାର୍ଯ୍ୟକଳାପ ଓ ହସ୍ତକ୍ଷେପ ନେଇ ପ୍ରଶ୍ନ କରିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି।

- Advertisement -

ସୁପ୍ରିମକୋର୍ଟ ପଚାରିଛନ୍ତି…
୧. ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଆପଣ କାହିଁକି ହସ୍ତକ୍ଷେପ କଲେ?
୨. ଆପଣଙ୍କୁ ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ କିଏ ଅଧିକାର ଦେଲା?
୩. ଏମସିଡି ମେୟରଙ୍କ ଅନୁପସ୍ଥିତିରେ ନିର୍ବାଚନ କାହିଁକି ହେଲା?
୪. ଏତେ ଶୀଘ୍ର ନିର୍ବାଚନ କରିବା ନେଇ କଣ ଆବଶ୍ୟକତା ରହିଥିଲା?
୫. ଏଭଳି ହସ୍ତକ୍ଷେପ କରିବା ଦ୍ୱାରା ଗଣତନ୍ତ୍ରର ଭବିଷ୍ୟତ କଣ ହେବ?

ଏବେ ଉପରାଜ୍ୟପାଳଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories