ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଡବ୍ଲ୍ୟୁବି-ଓଏଚଇପିଇଇ ସହଯୋଗରେ ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଡବ୍ଲ୍ୟୁବି-ଓଏଚଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ସମ୍ମାନୀତ ଅତିଥି ଏବଂ ନେପାଳସ୍ଥିତ ଥାଗୁନ୍ନା ତ୍ରିଭୁବନ ବିଶ୍ବବିଦ୍ୟାଳୟର ଡ. ନରେନ୍ଦ୍ର ସିଂ ଥାଗୁନା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଦୁଇ ଦିନିଆ ଆନ୍ତର୍ଜାତିକ ଦୁଇ ଦିନିଆ ସମ୍ମିଳନୀର ୯ଟି ଅଧିବେଶନରେ ୧୪୦ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ ଏବଂ ଏଥିରେ ୯୦ଟି ଭିତ୍ତି ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା।

ଉଦଯାପନ ଉତ୍ସବରେ ଆମେରିକାର ମାନୋଆସ୍ଥିତ ହାୱାଇ ବିଶ୍ବବିଦ୍ୟାଳୟର ପ୍ରଫେସର ଧାର୍ମ ପିଏସ ଭାୱକ ଏବଂ ଭୁବନେଶ୍ବର ଏକ୍ସଆଇଏମ ବିଶ୍ବବିଦ୍ୟାଳୟର ପ୍ରଫେସର ପିଭି ପଦ୍ମ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଫେସର ଭାସ୍ବତୀ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଂଗଠନିକ କମିଟି ସଦସ୍ୟ ମୌସୁମୀ ସେଠୀ, ଲୁସି ହେମ୍ବ୍ରମ, ସୁନନ୍ଦା ପଟ୍ଟନାୟକ ସଂଯୋଜନା କରିଥିଲେ।

Comments are closed.