www.samajalive.in
Sunday, December 14, 2025
17.1 C
Bhubaneswar

ନବରାତ୍ରୀରେ କିପରି କରିବେ କଳସ ସ୍ଥାପନ; ପ୍ରଥମ ଦିନରେ ଦୁଇଟି ଶୁଭମୁହୂର୍ତ୍ତ

ସମାଜ ଡିଜିଟାଲ ଡେସ୍କ: ନବରାତ୍ରୀର ନଅ ଦିନରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ଯେପରିକି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ। ପ୍ରଥମ ଦିନରେ କଳସ ପ୍ରତିଷ୍ଠା କରାଯାଇ କଳସରେ ପାଣି, ଗହମ, ବାର୍ଲି ଇତ୍ୟାଦି ଭର୍ତ୍ତି କରି ପୂଜା କରାଯାଏ। ନବରାତ୍ରୀ ସମୟରେ ଏକ ଅଖଣ୍ଡ ଦୀପ ଜଳାଯାଏ।
ପ୍ରତିପଦା ତିଥି ଅକ୍ଟୋବର ୩ ତାରିଖ ରାତି ୧୨ଟା ୧୮ମିନିଟରୁ ଆରମ୍ଭ ହୋଇ ପରଦିନ ଅକ୍ଟୋବର ୪ତାରିଖ ରାତି ୨ଟା ୫୮ମିନିଟରେ ଶେଷ ହେବ। ଗୁରୁବାର ଅଶ୍ୱିନୀ କଳସ ସ୍ଥାପନା କରାଯାଏ। କଳସ ସ୍ଥାପନର ଶୁଭମୁହୂର୍ତ୍ତ- ସକାଳ ୬.୧୫ରୁ ସକାଳ ୭.୨୨ମିନିଟ ପର୍ଯ୍ୟନ୍ତ ରହିଛି। ଏହାପରେ ଦିନ ୧୧.୪୬ରୁ ମଧ୍ୟାହ୍ନ ୧୨.୩୩ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି।
ନବରାତ୍ରୀର ପ୍ରଥମ ଦିନରେ କଳସ ସ୍ଥାପନା ପାଇଁ ପ୍ରଥମେ ପୂଜାସ୍ଥାନରେ ଲାଲ କପଡା ବିଛାଇ ଅରୁଆ ଚାଉଳ ରଖନ୍ତୁ। ଏବେ ଏହା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତିର୍ ରଖନ୍ତୁ। କଳାସକୁ ପାଣିରେ ଭର୍ତ୍ତି କରି ଏଥିରେ ଗଙ୍ଗାଜଳ, ମୁଦ୍ରା, ହଳଦୀ ଗୁଣ୍ଡ, ଦୁବଘାସ, ପାନ ସବୁ ପକାଇ ସ୍ଥାପନ କରନ୍ତୁ। କଳସ ଉପରେ ୫ଟି ପତ୍ର ଥିବା ଆମପତ୍ର ରଖି, ତାହା ଉପରେ ନାଲି କପଡାରେ ନଡିଆକୁ ବାନ୍ଧି ରଖନ୍ତୁ। କଳସକୁ ଏପରି ଭାବେ ସ୍ଥାପନ କରିବା ପରେ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରନ୍ତୁ।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories