ଗାନ୍ଧୀ ଜୟନ୍ତୀରେ କଣ୍ଟାମାଳ ଡାକ୍ତରଖାନାରେ ସ୍ୱଛତା ଅଭିଯାନ, ଝାଡୁଧରି ସଫେଇ କଲେ ଓ ଶପଥ ନେଲେ ବିଧାୟକ କହ୍ନାଇ ଡାଙ୍ଗ 

ଘଣ୍ଟାପଡା: ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ସ୍ୱଛତା ପକ୍ଷ ଅବସରରେ ଗାନ୍ଧିଜୀଙ୍କ ସ୍ଲୋଗାନ ସ୍ଵଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ଓ ସ୍ୱଛତା ହିଁ ସେବାକୁ ପାଥେୟ କରି ଆଜି କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଏକ ସଫେଇ ଓ ସ୍ଵଛ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଧାୟକ ଶ୍ରୀ ଡାଙ୍ଗ କଣ୍ଟାମାଳ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ରୋଗୀମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ମେଡିକାଲ ଅଫିସର ଡ଼ଃ ଜଗଦୀଶ ସେଠୀଙ୍କ ସହ ଆଲୋଚନା କରିଥିଲେ। ପରେ ଡାକ୍ତରଖାନା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ କଣ୍ଟାମାଳ ଜଳ ପରିମଳ ବିଭାଗର ବିଆରସି ଅର୍ଜୁନ ଦାସଙ୍କ ତତ୍ୱାବଧାନରେ ପରିବେଶ ସ୍ୱଚ୍ଛତା କୁନେଇ ଏକ ସାମୁହିକ ଶପଥ ପାଠ କରାଯାଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ମଣ୍ଡଳ ସଭାପତି ଅନିଲ ପ୍ରଧାନ, ପିନାକଧର ରଣା, ଡ଼ମ୍ବରୁଧର କହଁର, ରାଜୀବ ମିଶ୍ର, କେଦାରନାଥ ସାହୁ, କୃଷ୍ଣ କହଁର, ସୁଶୀଲ କୁମାର ପାଣିଗ୍ରାହୀ, ଠାକୁର ଚରଣ ନାୟକ, ସୁଦର୍ଶନ ବଘାର ସମେତ ବିଜେପିର ବହୁ କର୍ମକର୍ତ୍ତା ଡାକ୍ତରଖାନାର ଡକ୍ଟର, କମ୍ପାଉଣ୍ଡର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ସଫେଇ ଅଭିଯାନରେ ସାମିଲ ହୋଇ ସହଯୋଗ କରିଥିଲେ।

Comments are closed.