ଡ଼େସ୍କ: କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜିଗିନପୁର ଠାରେ ଅଗ୍ନିକାଣ୍ଡ ଘଟି ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ସୂଚନା ଅନୁଯାୟୀ, ଘରେ କୌଣସି କାରଣରୁ ଅଗ୍ନି ସଂଯୋଗ ହୋଇଯିବାରୁ ଏହାର ସଂସ୍ପର୍ଶରେ ଆସି ରବୀନ୍ଦ୍ର ଦଳାଇ (୪୯) ଆହତ ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ସାଲେପୁର ପୂଲିସ ତଦନ୍ତ ଜାରି ରଖିଛି।
Popular Categories



