ରାଇକିଆ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରାଇକିଆରେ ପାଳିତ ହୋଇଛି। ଏହି ଅବସରରେ ପଞ୍ଚାୟତରେ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ସରପଞ୍ଚ ଗୀତାଞ୍ଜଳୀ ନାୟକ ସଭାପତିତ୍ବ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ ପରିଚାଳନା କରିଥିଲେ।ସ ଭାରେ ମୂତ୍ତିକା ସଂରକ୍ଷଣ ବିଭାଗ,କୃଷି ବିଭାଗ, ବନ ବିଭାଗ,ଆଇସିଡିଏସ, ଶିଶୁ ବିଭାଗ ପରି ସମସ୍ତ ବିଭାଗ ଅଧିକାରୀ ଯୋଗଦେଇ ଥିଲେ।
ହମାରୀ ବଚପନ୍ ଅନୁଷ୍ଠାର କର୍ମକର୍ତ୍ତା ବାଲ୍ୟ ବିବାହ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କୈାଣସି ସ୍ତରରେ ବାଲ୍ୟ ବିବାହ ପ୍ରଥା ରହିବ ନାହିଁ। ଏନେଇ କାହା ନଜରରେ ଆସିଲେ ତାହାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ନେଇ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି କୁହାଯାଇଛି। ଶିଶୁ ପ୍ରିୟ ପଞ୍ଚାୟତ କମିଟି ମଧ୍ୟ ଗଠନ କରାଯାଇଛି। ନାୟବ ସରପଞ୍ଚ ନିଥନିୟଲ ନାୟକ, କର୍ମଚାରୀ ରାଜକିଶୋର ପରିଛା, ସାନ ଦିଗାଲ, ୱାର୍ଡ ମେମ୍ବର ମିଟୁ ବିଶ୍ବାଳ, ମିହିର ମହାନ୍ତି, କୁବେର ପ୍ରଧାନଙ୍କ ସହ ସମସ୍ତ ମେମ୍ବର, ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।



