ଟି-ସେତୁରୁ ଲକ୍ଷାଧିକ ଟଙ୍କାର ଚୋରା ବାଣ ଜବତ

କଳାପଥର : ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଗୋପୀନାଥପୁର ବୈଦ୍ୟେଶ୍ୱର ଟି-ସେତୁ ଉପରୁ ଚୋରା ବାଣ ପିକଅପ ବୋଝେଇ ଗାଡି ଜବତ ହୋଇଛି । ଗିରଫ ଚୋରା ବାଣ ବେପାରୀ ମାଲିକ ତିଗିରିଆ ବ୍ଲକ ପାଞ୍ଚ ଗାଁର ନରେଶ ପ୍ରଧାନ, ଅନ୍ୟ ଜଣେ ମହିନ୍ଦ୍ରା ବୋଲେରୋ ଡ୍ରାଇଭର ବାଣେଶ୍ୱରପଡାର ଚନ୍ଦନ ରାଉତ ବୋଲି ଜଣାପଡିଛି । ପୁରୁଣା ତିଗିରିଆରୁ ବଡ଼ମ୍ବା ବ୍ଲକ ଗୋପୀନାଥପୁର -ବେଦ୍ୟେଶ୍ୱର ଟି-ସେତୁ ଦେଇ ଭଂଜନଗର, ଫୁଲବାଣୀ, ବୌଦ୍ଧ, ନୟାଗଡ, ସୋନପୁର ଜିଲାର ଚୋରା ବ୍ୟବସାୟୀମାନଙ୍କୁ ହୋଲସେଲିଂ ପାଇଁ ବାଙ୍କୀ କଳାପଥର ଦେଇ ଯିବାରଥିଲା । ସୂଚନା ପାଇ ବୈଦ୍ୟେଶ୍ୱର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ଟି-ସେତୁ ଉପରୁ  ବାଣ ବୋଝେଇ ପିକଅପ ଗାଡି ଜବତ କରି ଥାନାକୁ ଆଣିଥିଲେ । ପ୍ରଚୁର ଖରା ହେଉଥିବାରୁ ବାଣ ବୋଝେଇ ଗାଡି ଖଲାସୀ କରି ପୁରୁଣା ଥାନାରେ ସିଲ କରି ରଖାଯାଇଛି । ଗାଡିର ଡ୍ରାଇଭର ସମେତ ଚୋରା ବାଣ ବେପାରୀଙ୍କୁ ଗିରଫ କରାଯାଇ ସନ୍ଧ୍ୟାରେ ବାଙ୍କୀ କୋର୍ଟ ଚାଲାଣ କରାଯାଇଛି ।

Comments are closed.