www.samajalive.in
Sunday, December 14, 2025
19.1 C
Bhubaneswar

ଭାଲୁ ଆକ୍ରମଣରେ ୨ ଗୁରୁତର 

ପାଟଣା : ମଙ୍ଗଳବାର ଭୋର ସକାଳୁ ୩ ଟି ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପାଟଣା ବ୍ଲକ ଡୁମୁରିଆ ପଂଚାୟତ ଅନ୍ତର୍ଗତ ବଣମହୁଲଡିହା ଗ୍ରାମରେ ମଙ୍ଗଳବାର ଭୋର ସକାଳୁ ୨ଜଣ ଶୌଚ ହେବାକୁ ପୋଖରୀ ନିକଟକୁ ଯାଇଥିବାବେଳେ ୩ ଟି ଭାଲୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ଗୋବିନ୍ଦ ନାଏକ ଗୁରୁତର ହୋଇଥିଲେ। ଶ୍ରୀକାନ୍ତଙ୍କ ମୁହଁରେ ଓ ଛାତିରେ ଗଭୀର କ୍ଷତ ହୋଇଥିବାବେଳେ ଗୋବିନ୍ଦ ନାଏକଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇଛି। ଉଭୟ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories