ଗୋରୁ ବୋଝେଇ ଟ୍ରକକୁ ଅଟକ ରଖି ପୁଲିସ ଜିମା ଦେଲେ ଗ୍ରାମବାସୀ 

ପାଟଣା : ଗୋ ମାଫିଆମାନେ ବିଭିନ୍ନ ଉପାୟରେ ଗ୍ରାମ୍ୟ ରାସ୍ତା ଦେଇ ଗୋ ଚାଲାଣ କରୁଥିବା ବେଳେ ଆଜି ସନ୍ଧ୍ୟାରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଗ୍ରାମବାସୀ ଅଟକ ରଖି ଘଟଗାଁ ପୁଲିସ ଜିମା ଦେଇଛନ୍ତି। ଗୋ ମାଫିଆମାନେ ଏକ କଣ୍ଟେନରରେ ୪୦ ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କରି କେନ୍ଦୁଝର ଜିଲା ଘଟଗାଁ ଥାନା ତୋରାଣିପୋଖରୀ ଗ୍ରାମ ଦେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ନଜର କଣ୍ଟେନର ଉପରେ ପଡିଥିଲା। କଣ୍ଟେନରରେ ଗୋରୁ ବୋଝେଇ ହୋଇଥିବା ଜଣାପଡିବା ପରେ ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚି କଣ୍ଟେନରକୁ ଅଟକ ରଖି ଘଟଗାଁ ପୁଲିସକୁ ଖବର ଦେଇଥିଲେ। କଣ୍ଟେନର‌ରୁ ୪୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବାବେଳେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଦେଖାଯାଇଛି। ଫଳରେ ଘଟଣାସ୍ଥଳରେ ଉତେଜନା ବୃଦ୍ଧି ପାଇଥିଲା । ପୁଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

Comments are closed.