www.samajalive.in
Saturday, December 6, 2025
14.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଦୁଇ ଅଟକ

ଭୁବନେଶ୍ଵର: ରାଜଧାନୀରେ ଲଜ୍ଜା। ଘରୁ ଲୁଟ୍ କରିବାକୁ ଆସିଲେ, ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ଆପାର୍ଟମେଣ୍ଟରେ ପଶିଲେ , ଚୋରୀ ବି କଲେ ଆଉ ଶେଷରେ ଏଭଳି ଲଜ୍ଜାଜନକ ଘଟଣା ବି ଘଟାଇଛନ୍ତି ଅଭିଯୁକ୍ତ। ଗତ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ମୈତ୍ରୀ ବିହାର ଅଞ୍ଚଳରେ ଏହି ଅଘଟଣ ଘଟିଛି।  ପ୍ରଥମେ ଚୋରୀ କରିବାକୁ କିଛି ଦୁର୍ବୁତ୍ତ ଆପାର୍ଟମେଣ୍ଟ ଭିତରକୁ ପଶିଥିଲେ। ଆଉ ତାପରେ ଆପାର୍ଟମେଣ୍ଟରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଛୋଟ ଝିଅ ସହ ଘରେ ଥିଲେ। ଆଉ କେହି ଘରେ ନଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କର ଅଭିଯୋଗ ପରେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି। ପୁଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories