www.samajalive.in
Wednesday, December 10, 2025
16.1 C
Bhubaneswar

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବିଦେଶ ମାଟିରେ ଅସମ୍ମାନ। ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିବାବେଳେ କିଛି ଏମିତି ଦୃଶ୍ୟ ନଜର ପଡ଼ିଛି ଅଲ୍ ଓଡ଼ିଶା ଲୟର୍ସ ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ନଜରରେ। ଥାଇଲାଣ୍ଡ ଯାଇଥିବାବେଳେ ସେଠାରେ ଦେଖିବାକୁ ମିଳିଥିଲା, ଏକ ହୋଟେଲ ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ପରି ଦୁଇ ପାର୍ଶ୍ବରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି। ଏନେଇ ଥାଇଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଦାବି କରାଯାଇଛି। ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ଅଲ୍ ଓଡ଼ିଶା ଲୟର୍ସ ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁ ଓ ଉପଦେଷ୍ଟା ଗୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ମାଧ୍ୟମରେ ଦାବି ଜଣାଇଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ନେତା ଥିଲେ। ଯିଏ ସ୍ୱାଧୀନତା ସଂଗ୍ରାମରେ ଆମ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗାନ୍ଧୀଜୀ ସ୍ୱାଧୀନତା ପାଇଁ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ସତ୍ୟାଗ୍ରହ ଏବଂ ଖିଲାଫତ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଦାଣ୍ଡି ଯାତ୍ରା ଇତ୍ୟାଦି ଅନ୍ତର୍ଭୁକ୍ତ। ଦେଶର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀ ଅହିଂସା ନୀତି ଗ୍ରହଣ କରିଥିଲେ। ତାଙ୍କୁ ସାରା ବିଶ୍ବ ସମ୍ମାନ ଦିଏ। ବିଭିନ୍ନ ଦେଶରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛି। ତାଙ୍କ ବଳିଦାନ ଓ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା ମଧ୍ୟ ହୁଏ। ହେଲେ ଥାଇଲାଣ୍ଡର ବ୍ୟାଂକକ୍ ସହରର ମାକସନ ଚାରୁରାଟ ଗଳିରେ ମାଲଗୁଡ଼ି ହୋଟେଲ ସମ୍ମୁଖରେ ହୋଟେଲର ଶୋଭା ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗେଟ୍‌ ନିକଟରେ ଛିଡ଼ା କରାଇଛନ୍ତି। କେବଳ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ବିଶ୍ବ କବି ରବିନ୍ଦ୍ରନାଥ ଟାଗୁରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି। ବ୍ୟକ୍ତିଗତ ବ୍ୟବସାୟ ପାଇଁ ନିଜ ହୋଟେଲକୁ ଆକର୍ଷଣ କରିବା ପାଇଁ ମହାପୁରୁଷଙ୍କୁ ସମ୍ମାନ ନ ଦେଇ ଛିଡ଼ା କରି ଦିଆଯାଇଛି ଏହି ହୋଟେଲ ଗେଟ୍‌ ସମ୍ମୁଖରେ। ଜଣେ ବ୍ୟବସାୟୀ ଭାରତୀୟଙ୍କୁ ଆକର୍ଷଣ କରିବା ପାଇଁ ଏହି ମହାପୁରୁଷ ଦ୍ବୟଙ୍କୁ ଅପମାନ ଆମକୁ ଆଘାତ ଦେଇଛି। ସ୍ୱାଧୀନତା ସଂଗ୍ରାମ ବଳିଦାନ ଯୋଗୁଁଁ ସାରା ବିଶ୍ବରେ ସେମାନଙ୍କୁ ଆମେ ସମ୍ମାନ ଦେଉ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବ୍ୟବସାୟ ଆକର୍ଷଣ ପାଇଁ ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତିକୁ ଏପରି ରଖାଯାଇଛି ବୋଲି କହିଛନ୍ତି ଡ. ଲିଙ୍ଗରାଜ ସାହୁ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories