www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ୱିତୀୟ ଟେଷ୍ଟ; ବିଜୟ ପାଇଁ ଭାରତ ଆଗରେ ୯୫ରନର ଟାର୍ଗେଟ

ସମାଜ ଡିଜିଟାଲ ଡେସ୍କ: ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ କମାଲ କରିଛନ୍ତି ଭାରତୀୟ ବୋଲର। ବର୍ଷା ବାଧକ ସତ୍ୱେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇ ବାଂଲାଦେଶକୁ ୧୪୬ରନରେ ଅଟକାଇଛନ୍ତି। ଫଳରେ ଭାରତ ଆଗରେ ବିଜୟ ପାଇଁ ୯୫ରନର ଟାର୍ଗେଟ ରହିଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୦୭ ରନ କରିଥିଲା ବାଂଲାଦେଶ ଟିମ୍‌‌। ଏହାପରେ ବର୍ଷା ହେବାରୁ ଖେଳ ବନ୍ଦ ରହି ଚତୁର୍ଥ ଦିନ ଖେଳ ଆରମ୍ଭ କରି ୨୩୩ରନ କରିଥିଲା ବାଂଲାଦେଶ। ଏହାପରେ ବ୍ୟାଟିଂ ଆରମ୍ଭ କରିଥିଲା ଟିମ୍‌‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା ଧୂଆଁଦାର ବ୍ୟାଟିଂ କରି ଆରମ୍ଭ କରିଥିବାବେଳେ ଯଶସ୍ୱୀ ଜୈସ୍ୱାଲ ସର୍ବାଧିକ ୭୨ରନ ହାସଲ କରିଥିଲେ। ସମସ୍ତ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ୨୮୫ରନ୍‌‌ ସହ ୫୨ରନର ଲିଡ୍‌‌ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇସିଂସ ଆରମ୍ଭ କରି ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨୬ରନ୍‌‌ କରିଥିଲା। ମଙ୍ଗଳବାର ପାଳି ଖେଳି ୧୪୬ରନରେ ଅଲ୍‌‌ ଆଉଟ ହୋଇଛି ବାଂଲାଦେଶ। ଫଳରେ ଭାରତ ଆଗରେ ବିଜୟ ପାଇଁ ୯୫ରନ ଲକ୍ଷ୍ୟ ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories