www.samajalive.in
Friday, December 5, 2025
17.1 C
Bhubaneswar

ସୁଧି କ୍ରିୟା ଭୋଜି ହେଲା କାଳ; ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା କୋଟଗଡ଼଼ ବ୍ଳକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତର କାଣିବାରୁ ଓ ସିନ୍ଧିବାଲି ଗ୍ରାମରେ ଅଭାବନୀୟ ଘଟଣା। ସୁଧି କ୍ରିୟା ଭୋଜି ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଏବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଗୁରୁତର ଅବସ୍ଥାରେ ଦୁଇଜଣ ରୋଗୀଙ୍କୁ ଖଟିଆ ଦ୍ୱାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବାଟରେ ହିଁ ମୃତ୍ୟୁବରଣ କରିଥିବାର ଖବର ମିଳିଛି। ଅନ୍ୟଜଣେ ଗୁରୁତରଙ୍କୁ କୋଟଗଡ଼଼଼ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବର ପ୍ରକାଶ ପରେ ଗ୍ରାମରେ ଡ଼ାକ୍ତରୀ ଟିମ୍ ପହଞ୍ଚିଥିବା ବେଳେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି। ଗତ ଦୁଇଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂର୍ବରୁ ଅନ୍ୟ ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୪ ଦିନ ମଧ୍ୟରେ ଉକ୍ତ ଅଞ୍ଚଳରେ ୮ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦିନକୁ ଦିନ ଉକ୍ତ ଅଞ୍ଚଳରେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ଆଶା , ଅଙ୍ଗନୱାଡ଼ି ଏବଂ ଏ.ଏନ୍.ଏମ୍ କିମ୍ବା କୋଟଗଡ଼଼଼ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ପହଞ୍ଚିନଥିବାରୁ କ୍ଷୋଭ ପ୍ରକାଶ ପାଇଛି। କୋଟଗଡ଼଼ ଡ଼ାକ୍ତରଖାନାରେ ୫ ଜଣ ଚିକିତ୍ସିତ ହେଉଥିବାର ଖବର ମିଳିଛି। ସୋମବାର ଉକ୍ତ ଅଞ୍ଚଳକୁ ଆର.ବି.ଏସ୍.କେ ଡ଼ାକ୍ତର ସିଦ୍ଦାର୍ଥ ବାରିକ , ଡ଼ାକ୍ତର ସିଫିଲ୍ ମେହେର ଏବଂ କମ୍ୟୁନିଟ୍ ହେଲଥ୍ ଅଫିସର ଛୋଟଲାଲ ସୁନା ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଏକ ନଦୀ ପାର ହୋଇ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories