ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌!

ନୂଆଦିଲ୍ଲୀ : ସାରା ଦୁନିଆରେ ବଜାରରେ ସୁନା ଦାମ୍‌ ଆକାଶ ଛୁଆଁ ହୋଇଛି । ଭାରତରେ ଖୁବ୍‌ ଶୀଘ୍ର ପର୍ବପର୍ବାଣି ସହ ବିବାହ ଋତୁ ଆରମ୍ଭ ହେବ । ଏହା ପୂର୍ବରୁ ହିଁ ସୁନା ଦାମ୍‌ ବଢି ଚାଲିଛି । ଆନ୍ତର୍ଜାତୀୟ ବଜାର ସହ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍‌ ରେକର୍ଡ ଭାଙ୍ଗୁଛି । ଗତ ସପ୍ତାହରେ ୨୬ ସେପ୍ଟେମ୍ବରରେ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ ୨୬୮୫.୪୨ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଘରୋଇ ବଜାରରେ ଏମସିଏକ୍ସରେ ସୁନା ଦାମ୍‌ ପ୍ରତି ୧୦ ଗ୍ରାମ୍‌ ୭୫,୭୫୦ ଟଙ୍କା ରହିଛି । ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ରେ ଏଯାଏଁ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

ଲଗାତାର ସୁନା ଦାମ୍‌ ବୃଦ୍ଧି ପାଉଥିବା ହେତୁ ଆଗାମୀ ଦିନରେ ସୁନା ଦାମ୍‌ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ଏକ ସପ୍ତାହରେ ସୁନା ଦାମ୍‌ ୧,୫୪୭ ଟଙ୍କା ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ୨୧ ସେପ୍ଟେମ୍ବରରେ ସୁନା ଦାମ୍‌ ୭୪,୦୯୩ ଟଙ୍କା ୧୦ ଗ୍ରାମ୍‌ ପ୍ରତି ଥିଲା । ଯାହା ୨୮ ସେପ୍ଟେମ୍ବରରେ ୭୫,୬୪୦ ଟଙ୍କା ୧୦ ଗ୍ରାମ୍‌ ପ୍ରତି ପହଞ୍ଚିଛି ।
ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏଯାଏଁ ସୁନା ଦାମ୍‌ ପ୍ରାୟ ୧୨,୨୮୮ ଟଙ୍କା ମହଙ୍ଗା ହୋଇଛି । ୧ ଜାନୁଆରୀ ୨୦୨୪ରେ ସୁନା ୬୩,୩୫୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୭୫,୬୪୦ ଟଙ୍କା ୧୦ ଗ୍ରାମ ପ୍ରତି ପହଞ୍ଚିଛି ।

ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

ସୁନା ଦାମ୍‌ରେ ଲଗାତାର ବୃଦ୍ଧିର କାରଣ ୟୁଏସ ଫେଡେରାଲ ରିର୍ଜଭ ଦ୍ୱାରା ସୁଧ ହାରରେ ହ୍ରାସ କରାଯାଉଛି । ଏହାଦ୍ୱାରା ଡଲାର ଦୁର୍ବଳ ହେଉଛି । ଏହାର ପ୍ରଭାବ ସୁନା ଦାମ୍‌ରେ ପଡୁଥିବା ଦେଖାଯାଉଛି । ଗତ କିଛି ମାସରେ ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସୁନା ଲଗାତାର କିଣାଯାଉଛି । ଏହା ବ୍ୟତୀତ ଯୁଦ୍ଧର ପରିସ୍ଥିତି, ଇସ୍ରାଏଲ ଓ ଲେବାନନ ମଧ୍ୟରେ ବୃଦ୍ଧି ପାଉଥିବା ମତଭେଦ ଓ ଅସ୍ଥିରତା କାରଣରୁ ମଧ୍ୟ ସୁନା ଦାମ୍‌ ବୃଦ୍ଧି ପାଉଛି ।

ବିଶେଷଜ୍ଞଙ୍କ ମତାନୁସାରେ ଆଗାମୀ ଦିନରେ ଆହୁରି ସୁନା ଦର ବଢି ପାରେ । ଏହା ପ୍ରାୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଟଙ୍କାରେ ପହଞ୍ଚିଯିବ ବୋଲି ଆକଳନ ହୋଇଛି । ଡଲାର ମୂଲ୍ୟରେ ବଡ ଧରଣର ପରିବର୍ତ୍ତନ ନଆସିବା କିମ୍ବା ଯୁଦ୍ଧ ରାଜନୀତି ନବଦଳିବା ଯାଏଁ ସୁନା ଦର ଖସିବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

Comments are closed.