ଶିକ୍ଷକଙ୍କ ନିଆର ଢଙ୍ଗରେ ଶିକ୍ଷାଦାନ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର  ଶିକ୍ଷକ ତାପସ କୁମାର ଦଳାଇ ନିଆରା ଢଙ୍ଗରେ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣା ହେଲେ କିପରି ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ସୁରକ୍ଷିତ ଅବସ୍ଥାରେ ନେଇ ଡାକ୍ତରଖାନା ରେ ପହଁଞ୍ଚାଇବା ତା ସହିତ ସଡ଼କ ର ବିଭିନ୍ନ ନିୟମ କୁ କିପରି ମାନିବେ ତାହା ବିଦ୍ୟାର୍ଥୀଙ୍କୁ  ଟିଏଲେ ଏମ ମାଧ୍ୟମରେ ଶିକ୍ଷାଦାନ ଦେଇଆସୁଛନ୍ତି।
ଏଥିପାଇଁ ସେ କୋରାପୁଟ ଠାରେ ଜୁନିୟର ରେଡ କ୍ରସ ତରଫରୁ ରକ୍ଷକ ତାଲିମ ନେଇ ରାୟଗଡ଼ାରେ ବିଭିନ୍ନ କେନ୍ଦ୍ରକୁ ଯାଇ ଡ୍ରାଇଭର ଓ ଦୋକାନୀ ବ୍ୟବସାୟୀ ଙ୍କୁ ତାଲିମ୍ ଦେଇଛନ୍ତି। ତାହା ସେ ବିଦ୍ୟାଳୟ ସ୍ତରରେ ମଧ୍ୟ ଶିକ୍ଷା ଦାନ କରୁଛନ୍ତିି। ସେଥିପାଇଁ ତାଙ୍କୁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି  ଓ ଶିକ୍ଷକ ଶିକ୍ଷୟତ୍ରୀ  ତାପସ କୁମାର ଦଳାଇ ଙ୍କୁଉତ୍ସାହିତକରିବା ସହ ସହଯୋଗ କରିଛନ୍ତି। ଏଭଳି ଶିକ୍ଷା ଦେବା ଦ୍ୱାରା ଵିଦ୍ୟାର୍ଥୀ ଖୁସି ମନେ କରୁଛନ୍ତି।

Comments are closed.