ବାଇକକୁ ଧକ୍କା ଦେଲା ଟ୍ରକ: ବାପା-ପୁଅ ମୃତ, ମା’ ଗୁରୁତର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ଗାଁ ନିକଟ ୧୬ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଗୋଟେ ପରିବାରର  ବାପା ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସୋରଳ ଗାଁର ଦେବରାଜ ସେଠୀ, ପୁଅ ସୁନୀଲ ସେଠୀ ଓ ଗୁରୁତର ଆହତ ମା ଭାନୁ ସେଠୀ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ  ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ଅଞ୍ଚଳ ବାପା ଦେବ , ପୁଅ ସୁନୀଲ ଓ ମା ଭାନୁ ନିଜ ବାଇକ ନଂ (ଓଡି ୦୭ ଏଜେ ୪୪୮୦  )ବାଇକ ଯୋଗେ କୋଣସି କାମରେ ବ୍ରହ୍ମପୁରରୁ କାର୍ଯ୍ୟ ସାରି ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବାବେଳେ ୧୬ ନଂ ଜାତୀୟ ରାଜପଥ ଭାଲିଆଗାଡ଼ ଗ୍ରାମର ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ (ଏପି ୩୯ବି ୩୬୮୯ ) ଦ୍ରୁତ ଗତିରେ ଆସି  ତାଙ୍କୁ ପଛରୁ  ଧକ୍କା ଦେଇଥିଲା  । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ବାପା- ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ମା’ ଭାନୁଙ୍କ ଚିକିତ୍ସା ଚାଲିଛି । ଏ ନେଇ ଗୋଳନ୍ଥରା ଥାନାରେ କେସ ୩୮୧/୨୪ ପ୍ରକାରେ ଦୁର୍ଘଟଣା ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ  ଜବତ କରିଥିବା ଜଣାପଡିଛି ।

Comments are closed.