ଚୋରା ମଦ ସହ ବାଇକ ଜବତ କଲା ଅବକାରୀ ବିଭାଗ 

ପାଟଣା : ପାଟଣା ଅବକାରୀ ଥାନା ଅଞ୍ଚଳ ଭାଲିଆଡିହାରେ ଅବକାରୀ ବିଭାଗର ଚଢାଉ ସମୟରେ ଜଣେ ଯୁବକଠାରୁ ସାଢ଼େ ୧୧ ଲିଟର ହାତ ତିଆରି ଦେଶୀ ମହୁଲି ମଦ ଜବତ କରିବା ସହ ଏକ ବାଇକ ମଧ୍ୟ ଜବତ କରିଛି । ବାଇକରେ ଚୋରା ମଦ ଚାଲାଣ କରୁଥିବା ଏହି ଯୁବକ ଜଣକ ଭାଲିଆଡିହା ଗ୍ରାମର ରାମଦାସ ସୋରେନ ବୋଲି ଜଣାପଡିଛି । ସଦର ଅବକାରୀ ନିରୀକ୍ଷକ ବେଣୁଧର ସାମଲ ପାଟଣା ଅବକାରୀ ଥାନା କର୍ମଚାରୀଙ୍କୁ ନେଇ ଏହି ଚଢାଉ କରାଯାଇଥିଲା । ଏହି ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ପାଟଣା ଅବକାରୀ ଥାନା ଅଞ୍ଚଳ କୁଣ୍ଡଳା ଗ୍ରାମର କାହ୍ନୁଚରଣ ପଲେଇ  ଓ ତାଙ୍କ ପରି ସୁମିତ୍ରା ପ୍ରଧାନଙ୍କୁ ମଧ୍ୟ ଗତକାଲି ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ଶ୍ରୀ ପଲେଇ ସ୍କୁଟିରେ ୨୭ କେଜି ଗଞ୍ଜେଇ ଚାଲାଣ କରିବା ସମୟରେ ଧରଣୀଧର ମହାବିଦ୍ୟାଳୟ ନିକଟ ଗହ୍ମାରିଆରୁ ଅବକାରୀ ବିଭାଗ ଏମାନଙ୍କୁ ଧରିଥିଲା।

Comments are closed.