ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ମନରେଗା ସମ୍ପ୍ରସାରଣ ଅଧିକାରୀ ସୁମନ୍ତ ଉଠାଣ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧକ୍ଷା ନମିତା କହଁର ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ବ୍ଲକ ମନରେଗା ସଂଯୋଜକ ସଞ୍ଜୟ ଦିଗାଲ, ଜନଶୁଣାଣୀ ବ୍ଲକ କମିଟି ସମୀକ୍ଷକ ମହାଦେବ ସାହୁ ଓ ଅକ୍ଷୟ କୁମାର ନାୟକ ଉପସ୍ଥିତି ଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ବ୍ଲକ ଅଧୀନରେ କାର୍ଯ୍ୟରତ ଆଦିବାସୀ ଉନ୍ନୟନ ବିଭାଗ, କୃଷି ବିଭାଗ, ବନ ବିଭାଗ, ଉଠା ଜଳସେଚନ ବିଭାଗ, ମୃତିକା ସଂରକ୍ଷଣ ବିଭାବ ସହ ସମସ୍ତ ବିଭାଗର ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହି ନିଜନିଜ ବିଭାଗ ଅଧୀନରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ କିଭଳି କାର୍ଯ୍ୟ ହେଉଛି ତା ଉପରେ ବିବରଣୀ ରଖିଥିଲେ। କାର୍ଯ୍ୟକ୍ରମ ଅବସରରେ ମନରେଗା କାମରେ ଉତ୍ତମ ପ୍ରଦର୍ଶନ କରିଥିବା ଡିଣ୍ଡିରାଗାଁ, କେଳାପଡା, ଡ଼ିମିରିଗୁଡା ଓ ବନ୍ଧଗଡ଼ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିବା ବେଳେ ୩ ଶହ ଦିନ ପୂରଣ କରି ଥିବା ଡିଣ୍ଡିରାଗାଁ ପଞ୍ଚାୟତର ନନ୍ଦ କହଁର ଓ କନିଷ୍ଠ କହଁର, କେଳାପଡା ପଞ୍ଚାୟତର କବିରାଜ କହଁର, ପବିଙ୍ଗିଆ ପଞ୍ଚାୟତର ମାଲେରା କହଁରଙ୍କୁ ପଞ୍ଚାୟତ ସମିତି ତରଫରୁ ସମ୍ମାନିତ କରାଯାଇଥିଲା।

Comments are closed.