Patra electronics

ବିଦ୍ୟୁତ ଓ ବନବିଭାଗ ସମନ୍ୱୟ ବୈଠକ

ପାଟଣା: ପାଟଣା ବନାଞ୍ଚଳ କାର୍ଯ୍ୟାଳୟରେ ଗତକାଲି ବିଦ୍ୟୁତ ବିଭାଗ ଓ ବନବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଓ ତୁରୁମୁଙ୍ଗା ଟାଟା ପାୱାର ଏସଡିଓ ଜନ୍ମେଞ୍ଜୟ ବେହେରାଙ୍କ ସହ ତୁରୁମୁଙ୍ଗା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଉମେଶ ଭୂୟାଁ, ପାଟଣା କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସାହାରପଡା କନିଷ୍ଠ ଯନ୍ତ୍ରୀ ଆଶୁତୋଶ ସାହୁ, ଲାଇନମ୍ୟାନ ଲିଙ୍ଗରାଜ ମହାନ୍ତ, ସାହାରପଡା ବନପାଳ ଭୂପତି କୁମାର ସେଠୀ, ପାଟଣା ବନପାଳ ପିଅନ ନାଏକ ଓ ଖିରେଇଟାଙ୍ଗରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ଅନ୍ୟ କର୍ମଚାରୀ ମାନେ ବୈଠକରେ ସାମିଲ ଥିଲେ।ବୈଠକରେ ହାତୀ ଚଳପ୍ରଚଳ ଇଲାକାରେ ନିର୍ଦ୍ଧାରିତ ଉଚ୍ଚତାରେ ବିଦ୍ୟୁତ ତାର ରହିବା, ବନ୍ୟ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମୁକୁଳା ଟ୍ରାନ୍ସଫର୍ମର ଉପଯୁକ୍ତ ତାରବାଡ଼ ଘେରାଉ କରାଯିବା ଆଦି ହାତୀ ସୁରକ୍ଷା ଓ ସେମାନଙ୍କ ବିପଦ ମୁକ୍ତ ବିଚରଣ ପାଇଁ କ୍ଷେତ୍ର ଖୋଲା ରଖିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୈଠକ ଶେଷରେ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନରେ ଯାଇ ନଦୀ କୂଳରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ।

Comments are closed.