Patra electronics

ଉତ୍କଳମଣି ଶିକ୍ଷାମନ୍ଦିରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା

ଆଠଗଡ: ଆଠଗଡ, ବୀରକିଶୋରପୁରସ୍ଥିତ ଉତ୍କଳମଣି ସରସ୍ୱତୀ ଶିକ୍ଷା ମନ୍ଦିରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ରାଜ୍ୟ ସଂଯୋଜକ ଗୌରାଙ୍ଗ ଚରଣ ବିଶ୍ବାଳ ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା ପ୍ରମୁଖ ସିଦ୍ଧେଶ୍ବର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମିଶ୍ର, ସମାଜସେବୀ ନୀଳାଦ୍ରି ସାହୁ, ମୀନା କୁମାରୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ଆଠଗଡ, ନରସିଂହପୁର, କଳାପଥର , ଡମପଡା, ବାଲିଝରୀ, ଭାଗିରଥୀପୁର, ଚମ୍ପେଶ୍ବର ପ୍ରଭୂତି ଅଞ୍ଚଳର ସରସ୍ଵତୀ ବିଦ୍ୟାମନ୍ଦିରର ମୋଟ ୮୦ ଜଣ ମନୋନୀତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ରୂପେ ଶିକ୍ଷକ ନରେନ୍ଦ୍ର ବାରିକ, କାଶୀନାଥ ସାହୁ, ଅର୍ନ୍ତଯାମୀ ସାହୁ, ପ୍ରଦୀପ ସାହୁ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ ୧ମ ସ୍ଥାନରେ ରିୟାଂଶୁ ଦାସ, ୨ୟ ସୁଜ୍ଞାନୀ ରାଉତ ଓ ୩ୟ ସ୍ଥାନରେ ପ୍ରତ୍ୟୁଷ ପୁଲକିତ ରହିଥିଲେ। ସେହିପରି ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ୧ମ ସ୍ଥାନ ବିସ୍ନୟ ବେହେରା, ୨ୟ ସ୍ଥାନ ପ୍ରଭୁପ୍ରସାଦ ସାହୁ, ୩ୟ ସ୍ଥାନ ଅମ୍ରିତା ସୋନି ପଣ୍ଡା ଏବଂ ଅଷ୍ଟମରୁ ଦଶମରେ ୧ମ ସ୍ଥାନରେ ଆଦିତ୍ୟ ଆଶିର୍ବାଦ ରାଉତ, ୨ୟ ମନ୍ନଥ ଜେନା ଓ ଶିବୁ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।

Comments are closed.