Patra electronics

ଗରିବ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଗୃହ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ହିତାଧିକାରୀଙ୍କୁ ମିଳୁନି ସରକାରଙ୍କ ଆବାସ ଯୋଜନା। ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଯୋଜନା ଦେବା ପାଇଁ ସାଧାରଣରେ ଅଭିଯୋଗ ହେଉଛି। ଯାହାର ପକ୍କା ଘର ଅଛି ସେମାନଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରିବା ପାଇଁ ବ୍ଳକ ପ୍ରଶାସନକୁ ନିବେଦନ କରାଯାଇଛି। କରପା, ନାରାୟଣପୁର, ବୁଡ଼ାଗୁଡା, ମାଝିଗୁଡା, ଶିକରପାଇ, ସେରିଗୁମା, ପୂଜାରିଗୁଡା, ସୁନାଖଣ୍ଡି, ପଲମା, ଧାମୁଣିପଙ୍ଗା,ସିଙ୍ଗାରି ଓ କଲ୍ୟାଣସିଂହପୁର ପଞ୍ଚାୟତରେ ଏଭଳି ଅନିୟମିତତା ଘଟିଥିବା ଜଣାପଡିଛି। ବହୁତ ଗାଁର ଲୋକଙ୍କ ଘର ଦୁର୍ବଳ ଅବସ୍ଥାରେ ଥିବା ବେଳେ ସରକାରଙ୍କ ଆବାସ ଯୋଜନାରୁ ଘରଟିଏ ମିଳୁ ନ ଥିବାରୁ ସରକାରୀ କଳକୁ ଦୃଢ଼ ନିନ୍ଦା କରିବା ସହ ଦୁଃଖପ୍ରକାଶ କରିଛନ୍ତି ଲୋକେ।

Comments are closed.