Patra electronics

ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଜିଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ

ପିପିଲି: ଓଡିଶା ଆଦର୍ଶ ବିଦ୍ୟାଳୟର ପୁରୀ ଜିଲାସ୍ତରୀୟ ଦଶମ ପ୍ରତିଷ୍ଠା ଉତ୍ସବ ସ୍ପାର୍କ – ୨୦୨୪ ଶୁକ୍ରବାର ଦିନ ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ ଜିଲl ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ଯୋଗଦେଇ ନିଜକୁ ଭଲ ମଣିଷ ଓ ଦେଶସେବକ ଭାବେ ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଜିଲlର ଏଗାରଟି ଆଦର୍ଶ ବିଦ୍ୟାଳୟର ନୋଡାଲ ଅଧ୍ୟକ୍ଷ ବିଶ୍ୱନାଥ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁରର ଅଧ୍ୟକ୍ଷ କାହ୍ନୁ ଚରଣ ଭୋଇ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.