Patra electronics

ଗଣେଷ ପୂଜାରେ ୧୦୦୧ ଦୀପ ଯଜ୍ଞ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ରାମମନ୍ଦିର ଛକରେ କରାଯାଉଥିବା ଗଣେଷ ପୂଜାରେ ୧୦୦୧ ଦୀପ ଯଜ୍ଞ କରାଯାଇଛି। ପୂଜା କମିଟି ପକ୍ଷରୁ ପୂଜକ ସନ୍ତୁନୁ ମିଶ୍ର ରୀତିନୀତି ଅନୁଯାୟୀ ପୂଜା କରିବା ପରେ ୧୩ ଦିନରେ ଦୀପ ଯଜ୍ଞ ଓ ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ସନ୍ଧ୍ୟାରେ ଭକ୍ତ ମାନେ ଆସି ଗଣେଷଙ୍କ ନିକଟରେ ଦୀପ ଜାଳି ମନୋସ୍କାମନା ପୂର୍ଣ୍ଣ କରି କମିଟି ପକ୍ଷରୁ କରଯାଇଥିବା ପାନୀୟ ଜଳ ଗ୍ରହଣ କରିଥିଲେ। ଗୋଟିଏ ଦିନ କୁଙ୍କୁମପୂଜା ଓ ଅନ୍ୟ ଦିନ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ। ୨୩ ତାରିଖରେ ଗଣେଷଙ୍କ ନିକଟରେ ୭ କିଲୋ, ୫ କିଲୋ ଓ ୩ କିଲୋର ତିନୋଟି ଲଡୁକୁ ଲକି ଡ୍ର ମାଧ୍ୟମରେ ନିଲାମ କରାଯିବ। ୨୪ ତାରିଖ ଦିନ ବିସର୍ଜନ ଉତ୍ସବ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Comments are closed.