ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ଓ ତ୍ରିପାକ୍ଷିକ ଚୁକ୍ତି ବାତିଲ ଦାବିରେ ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘର ଆନ୍ଦୋଳନ ଡାକରା

ଡେସ୍କ: ରାଜ୍ୟ ସରକାର ଗତ ୧୦ ତାରିଖ ଦିନ କ୍ଷୀର ପ୍ୟାକେଟର ରଙ୍ଗ ବଦଳାଇବା ସହ କ୍ଷୀର ଦର ଲିଟର ପିଛା ୬୨ ଟଙ୍କା ୨୦ ପଇସାକୁ ବଢ଼ାଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୪୦ ଟଙ୍କା ଦେବାକୁ ଦାବି କରିଛି। ଅନ୍ୟପକ୍ଷରେ, ସରକାର, ଓମଫେଡ ଓ ଏନଡିଡିବି ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ବାତିଲ କରିବାକୁ ମହାସଂଘ ଦାବି କରିଛି। ମହାସଙ୍ଗ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ସରକାର ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜୋରଦାର ଗଣ ଆନ୍ଦୋଳନ ହେବ।

Comments are closed.