www.samajalive.in
Tuesday, December 9, 2025
26.1 C
Bhubaneswar

ବଂଶାଧାରା ନଦୀରେ ମଲା ମାଛ ଭାସିବା ଘଟଣା, ଜଳ ଯୋଗାଣ ଠପ୍

ଗୁଣପୁର : ବଂଶାଧାରା ନଦୀରେ ମଲାମାଛ ଭାସିବା ଘଟଣା ଖବର ସାମ୍ନାକୁ ଆସିବା ପରେ ପ୍ରଶାସନର ଚେତା ପଶିଛି । ଘଟଣାକୁ ଗୁରୁତ୍ବର ସହ ନେଇ ନଦୀ ପାଣି ବିଷାକ୍ତ ଆଶଙ୍କା କରି ଜଳ ଯୋଗାଣ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ନିର୍ଦେଶ ଦେଇଛି। ଫଳରେ ଗୁଣୁପୁର ସହରରେ ବଂଶଧାରା ନଦୀ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ନଦୀ ଜଳକୁ ଜଳ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ବରକୁ ପଠାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ ଜଣାପଡିଛି। ପରୀକ୍ଷଣ ରିର୍ପୋଟ ଆସିବା ପରେ ଜଳ ଯୋଗାଣ ସ୍ବାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଜଳ ଯୋଗାଣ ଠପ୍ ହୋଇଯିବା ଦ୍ବାରା ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସୂଚନା ମୁତାବକ ଗତକାଲି ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଟୁରିଗୁଡ଼ା, ଡ଼ାଙ୍ଗସରଡ଼ା ଓ ହନୁମନ୍ତପୁର ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକ ଦେଇ ପ୍ରବାହିତ ଯାଉଥିବା ବଂଶଧାରା ନଦୀରେ ଶହ ସହ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଥିଲା ।

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories