www.samajalive.in
Sunday, December 7, 2025
14.1 C
Bhubaneswar

ରେଳଯାତ୍ରୀଙ୍କ ପାଇଁ ଆସିବ ‘ସୁପର୍‌ ଆପ୍‌’

ନୂଆଦିଲ୍ଲୀ: ବିଭିନ୍ନ ରେଳ ସମ୍ବନ୍ଧୀୟ ସେବାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଏକ ସୁପର ଆପ୍ ଉପରେ କାମ କରୁଛନ୍ତି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଏହାର ବୈଶିଷ୍ଟ୍ୟ ଉପରେ ନିର୍ଦିଷ୍ଟ ବିବରଣୀ ପ୍ରଦାନ କରି ନ ଥିଲେ ମଧ୍ୟ ଏହି ସୁପର୍‌ ଆପ୍‌ ସହାୟତାରେ ରେଳ ଟିକଟ କରିବା, ପିଏନ୍‌ଆର ସ୍ଥିତି ଯାଞ୍ଚ, ରେଳ କେଉଁ ଷ୍ଟେସନରେ ଅଛି ତାହାର ସୂଚନା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରିବ। ଏହି ଅବସରରେ ସେ ଏନ୍‌ଡିଏ ସରକାରଙ୍କ ଅମଳରେ ଗତ ଦଶନ୍ଧି ମଧ୍ୟରେ ରେଳ ବିଭାଗରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ଉପରେ କହିଛନ୍ତି। ବର୍ତ୍ତମାନ ରେଳ ଟିକଟ କରିବା, ପିଏନ୍‌ଆରର ସ୍ଥିତି ଯାଞ୍ଚ, ରେଳର ଅବସ୍ଥିତି, କୋଚ୍‌ ଅବସ୍ଥିତି ଯାଞ୍ଚ ଆଦି ବିଭିନ୍ନ ସେବା ପାଇଁ ବିଭିନ୍ନ ଆପ୍‌ ରହିଛି। ତେଣୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳଯାତ୍ରା ପାଇଁ ଯେଉଁସବୁ ସେବା ଆବଶ୍ୟକ ତାହା ଏହି ଗୋଟିଏ ସୁପର୍‌ ଆପ୍‌ରେ ଉପଲବ୍ଧ ହେବ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଗତବର୍ଷ ଦେଶରେ ୫ ହଜାର ୩ଶହ ରେଳପଥ ନିର୍ମାଣ କରାଯାଇଛି, ଯାହା ସ୍ବିଜରଲାଣ୍ଡର ମୋଟ ରେଳ ନେଟ୍‌ୱର୍କ ସହ ସମାନ। ସୁରକ୍ଷିତ ଯାତ୍ରା ଉପରେ ସେ କହିଛନ୍ତି ଯେ, ୧୦ ବର୍ଷ ପୂର୍ବେ ବାର୍ଷିକ ପ୍ରାୟ ୧୭୧ ରେଳ ଦୁର୍ଘଟଣା ଘଟୁଥିବାବେଳେ ବର୍ତ୍ତମାନ ତାହା ବାର୍ଷିକ ୪୦କୁ ହ୍ରାସ ପାଇଛି। ମଧ୍ୟବିତ୍ତ ବର୍ଗର ରେଳ ଯାତ୍ରୀଙ୍କୁ ଉନ୍ନତ ଓ ସୁଲଭ ରେଳ ସୁବିଧା ଯୋଗାଇବା ପାଇଁ ଅମ୍ରିତ୍‌ ଭାରତ ରେଳ ଚଳାଚଳ କରାଯାଇଛି। ଯେଉଁଥିରେ ହଜାରେ କିଲୋମିଟର ଯାତ୍ରା ପାଇଁ ମାତ୍ର ୪ଶହରୁ ୪୫୦ ଟଙ୍କା ଟିକଟ ମୂଲ୍ୟ ପଡ଼ୁଛି। ସେହିଭଳି ଭାରତର ବନ୍ଦେ ଭାରତ ରେଳ ପାଇଁ ଆନ୍ତର୍ଜାତିକ ସ୍ତରରେ ଚାହିଦା ବଢ଼ୁଥିବାବେଳେ ଚିଲି ଭଳି କେତେକ ଦେଶ ବନ୍ଦେ ଭାରତ ରେଳ କିଣିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories